କେନ୍ଦୁଝର: କିଛିଦିନ ହେବ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁଆପଥର ମାଡ ସହ ଝଡ଼ ବର୍ଷା ଲାଗି ରହିଛି। ସୋମବାର କେନ୍ଦୁଝରରେ ଅପରାହ୍ନ ପାଖାପାଖି ୧ଟାରୁ କାଳବୈଶାଖି ପ୍ରଭାବରେ ଝଡତୋଫାନ ଆରମ୍ଭ ହୋଇଯାଇଥିଲା। ୧.୪୦ରୁ ୨.୧୦ ପର୍ଯ୍ୟନ୍ତ ପ୍ରବଳମାତ୍ରାରେ କୁଆପଥର ବର୍ଷା ହୋଇଥିଲା। ଫଳରେ ରାସ୍ତାଘାଟରେ ଫୁଲ ଭଳି କୁଆପଥର ବିଛେଇ ହୋଇପଡ଼ିଥିଲା। ପବନର ବେଗ ଅଧିକ ଥିବାରୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିବା ସହ ଅନେକ ଗଛ ଡାଳ ଭାଙ୍ଗି ପଡ଼ି ରାସ୍ତାରେ ପଡ଼ି ରହିଛି। ଏହି ସମୟରେ କେହି ଯାତାୟତ କରୁ ନଥିବାରୁ କାହାରି କିଛି କ୍ଷତି ହୋଇନାହିଁ। ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ୨ଘଣ୍ଟା ହେବ କେନ୍ଦୁଝରରେ ବିଦ୍ୟୁତ ସଂଯୋଗ ନାହିଁ। ତେବେ କୁଆପଥରମାଡ ସହ ଝଡ଼ ବର୍ଷା ହେଉ ଥିବାରୁୁ ଏହି ସମୟରେ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଜାରି କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଅପରାହ୍ନରେ ଏହି କୁଆପଥର ବର୍ଷା ହୋଇ ଛାଡ଼ି ଯିବା ପରେ ରାସ୍ତାରେ କୁଆପଥର ବିଛେଇ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଲୋକମାନେ କୁଆପଥର ମଜା ନେବା ପାଇଁ ଘରୁ ବହାରି ଆସିଛନ୍ତି। ଗରମକୁ ସମାନ୍ୟ ଅଶ୍ୱସ୍ତି ମିଳିଛି।