ବିଧାନସଭାରେ ଉଠିଲା ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ : ବିରୋଧୀ କହିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ଶୁକ୍ରବାର ବିଧାନସଭାରେ  ବିରୋଧୀ ଦଳ ସଦସ୍ୟମାନେ  ଗୃହରେ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ସବୁ ବ୍ୟବସ୍ଥା ସତ୍ତ୍ୱେ କିଭଳି ଦୁଷ୍କର୍ମ ହେଉଛି । ଥାନାରେ ମହିଳା ଡେସ୍କ ଖୋଲିଦେଲେ କ’ଣ ଦୁଷ୍କର୍ମ କମିଯିବ କି ବୋଲି ସେ ପ୍ରଶ୍ନ କରିଥିଲେ । ଦୋଷୀ ଆଇନକୁ ଭୟ କରୁ ନାହାନ୍ତି । ଆଇନ ଉପରେ କାହାର ଭରସା ନାହିଁ । ମୁଖ୍ୟମନ୍ତ୍ରୀ ଏହା ଉପରେ ଉତ୍ତର ରଖିବାକୁ ସେ ଦାବି କରିଥିଲେ । ଏହା ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଥିଲେ, ଦୁଷ୍କର୍ମ ଅତ୍ୟନ୍ତ ଦୁଃଖଦ ଘଟଣା,ସମସ୍ତଙ୍କୁ ବାଧୁଛି । ପୁଲିସ ଦୋଷୀକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେଉଛି।

ଉଲ୍ଳେଖଯୋଗ୍ୟ, ସେପଟେ କାଠୁଆ ଓ ଉନ୍ନାଓ ଦୁଷ୍କର୍ମ ଘଟଣାରେ ସାରାଦେଶ ଉଦବେଗ ପ୍ରକାଶ କରୁଥିବାବେଳେ ପୁଣି ଆସିଛି ଜଣେ ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାରର ଅଭିଯୋଗ । ସାଲେପୁରରେ ୬ ବର୍ଷର ଶିଶୁକନ୍ୟାକୁ ବାରଣ୍ଡାରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଅନୁଧ୍ୟାନ କରୁଛନ୍ତି ୧୩ ଜଣିଆ ଡାକ୍ତରୀ ଦଳ ।

ସମ୍ବନ୍ଧିତ ଖବର