ହନୁମାନ ଚାଳିସାର ଏହି ୫ ଚୌପାଈ ଗାଇଲେ ଆପଣଙ୍କର ଅନେକ ସମସ୍ୟାର ସମାଧାନ ବାଟ ଫିିଟିବ

ହନୁମାନ ହେଉଛନ୍ତି ଏପରି ଜଣେ ଦେବତା ଯିଏ ତୈଲୋକରେ ପ୍ରାୟତଃ ସବୁ ଦେବାଦେବୀଙ୍କ ଠାରୁ ଆଶୀର୍ବାଦ ପାଇଛନ୍ତି। ହନୁମାନ ଚାଳିସା ଗାନ କରିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ମିଳିଥାଏ ବୋଲି ଆପଣ ଜାଣିଥିବେ ନିଶ୍ଚୟ। ନକାରାତ୍ମକ ପ୍ରଭାବରୁ ବ୍ୟକ୍ତିକୁ ଦୂରେଇ ରଖିବା ସହ ଅନେକ ଶୁଭ ଫଳ ମିଳିଥାଏ ହନୁମାନଙ୍କୁ ଆରାଧନା କଲେ। ତେବେ ଚାଲନ୍ତୁ ଜାଣିବା ହନୁମାନ ଚାଳିସାରେ ଥିବା ସମୁଦାୟ ୪୦ଟି ଚୌପାଈ ମଧ୍ୟରେ କେଉଁ ୫ଟି ହେଉଛନ୍ତି ସବୁଠାରୁ ପ୍ରଭାବଶାଳୀ। ବିଶ୍ୱାସ ରହିଛି ଯେ ଏହି ଚୌପାଈ ଗାନ କରିବା ଦ୍ୱାରା ଏକା ଥରକେ ଅନେକ ସମସ୍ୟା ଦୂର ହୋଇଥାଏ।

ଭୂତ ପିଚାଶା ନିକଟ ନେହିଁ ଆବେ: ଏହି ଦ୍ୱହା ଗାଇବା ଦ୍ୱାରା ଶାରୀରିକ ଅସୁସ୍ଥତା ଦୂର ହୋଇଥାଏ। ବାସ୍ତବରେ ଭୂତ ଥାଆନ୍ତୁ କି ନଥାନ୍ତୁ। ମାତ୍ର ଭୂତ,ପ୍ରେତ ଅଛନ୍ତି ବୋଲି ମଣିଷ ମନର ଭୟ ଶରୀରକୁ ଅସୁସ୍ଥ କରିପକାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହନୁମାନ ଜୀଙ୍କର ଏହି ଚୌପାଈ ସର୍ବୋତ୍ତମ।

ନାଶେ ରୋଗ ହାରେ ସବ ପିଡ଼ା: ଏହି ଚୌପାଈ ଗାଇବା ଦ୍ୱାରା ବଡ଼ ବଡ଼ ରୋଗକୁ ଦୂରେଇ ଦେଇହେବ। ବଡ଼ ବଡ଼ ମାରଣାତ୍ମକ ରୋଗ କିପରି ହେବ ନାହିଁ ତାହାର ପ୍ରତିକାର ସ୍ୱରୂପ ବି ଆପଣ ଏହି ଚୌପାଈ ଗାଇ ପାରନ୍ତି।

ଅଷ୍ଟ ସିଦ୍ଧି ନବ ବିଦ୍ଧି କେ ଦାତା: ହନୁମାନଙ୍କର ଏହି ଚୌପାଈ ଆପଣଙ୍କୁ ବିଭିନ୍ନ ପ୍ରକାର ମାନସିକ ଅଶାନ୍ତିରୁ ମୁକ୍ତି ଦେବ। ଗ୍ରହଚାଳନାକୁ ଆୟତ୍ତରେ ରଖିବ।

ବିଦ୍ୟା ବାଣ ଗୁଣି ଅତି ଚତୁର: ବିଦ୍ୟା ଏବଂ ବୁଦ୍ଧି ବଳେ ସବୁକିଛି ସମର୍ଥ। ନିଜର ଜ୍ଞାନ ବୃଦ୍ଧି କରିବା ପାଇଁ ପ୍ରାତଃ ସମୟରେ ସ୍ନାନ ସାରି ଏହି ଚୌପାଈ ଗାନ କଲେ ଭଲ।

ଭୀମ ରୂପ ଧାରି ଅସୁର ସଂହାରେ: ଏହି ଚୌପାଈ ଗାଇବା ଦ୍ୱାରା ଆପଣ ଆପଣଙ୍କ ଶତ୍ରୁମାଡ଼ଙ୍କଠାରୁ ବିଜୟ ଲାଭ କରିପାରିବେ। ଆପଣଙ୍କ ଭିିତରୁ ଭୟ କମ୍‌ ହୋଇଯିବ।

ସମ୍ବନ୍ଧିତ ଖବର