ନୂଆଦିଲ୍ଲୀ: ସୋମବାର ଉତ୍ତରପ୍ରଦେଶର ନୋଏଡ଼ାଠାରେ ବିଶ୍ୱର ବୃହତ୍ ମୋବାଇଲ୍ ନିର୍ମାଣକାରୀ କାରଖାନା ‘ସାମ୍ସଙ୍ଗ୍ ଇଲକ୍ଟ୍ରୋନିକ୍ସ’ ଉଦ୍ଘାଟନ ହେବ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦକ୍ଷିଣ କୋରିଆର ବୃହତ୍ ଟେକ୍ କମ୍ପାନି ଏଯାବତ୍ ଭାରତରେ ୬୭ ମିଲିୟନ୍ ସ୍ମାର୍ଟଫୋନ୍ ନିର୍ମାଣ କରିଛି। ଏହି ନୂଆ କାରଖାନରେ ଆଉ ୧୨୦ ମିଲିୟନ୍ ମୋବାଇଲ୍ ଫୋନ୍ ନିର୍ମାଣର ଆଶା ରହିଛି।
ଏବେ ସୁଦ୍ଧା ଭାରତ ଦ୍ୱିତୀୟ ବୃହତ୍ ମୋବାଇଲ୍ ବଜାର ହୋଇଥିବାରୁ ସାମ୍ସଙ୍ଗ୍ ଏହାର ଲାଭ ଉଠାଇବା ପାଇଁ ଚିନ୍ତା କରିଛି। କେବଳ ଦ୍ୱିତୀୟ ବୃହତ୍ ମୋବାଇଲ୍ ବଜାର ନୁହେଁ ବରଂ ପୂରା ବିଶ୍ୱରେ କେବଳ ଭାରତରେ ୧୦ ପ୍ରତିଶତ ମୋବାଇଲ୍ ବିକ୍ରି ହୋଇଥାଏ ବୋଲି ରିପୋର୍ଟ ରହିଛି।
ସର୍ଭେରୁ ଜାଣିବାକୁ ମିଳିଛି ଯେ ୨୦୧୭ ମସିହାରେ ଭାରତରେ ମୋବାଇଲ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୯୯ ମିଲିୟନ୍ ଥିବା ବେଳେ ବର୍ଷ ଶେଷ ବେଳକୁ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ି ୩୪୦ ମିଲିୟନ୍ରେ ପହଞ୍ଚିଥିଲା।
୨୦୧୧ ସୁଦ୍ଧା ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୪୨ ମିଲିୟନ୍ରେ ପହଞ୍ଚିଥିବ ବୋଲି ଆକଳନ କରାଯାଇଛି।
ସୂତ୍ରରୁ ଜାଣିବାକୁ ମିଳିଛି ଯେ କେବଳ ଭାରତରେ ନୁହେଁ, ସାମସଙ୍ଗ୍ ଭାରତ ସମେତ ୟୁରୋପ, ପଶ୍ଚିମ ଏସିଆ, ଆଫ୍ରିକା ଆଦିରେ ମଧ୍ୟ ନିଜର ମୋବାଇଲ୍ କାରବାର ବୃଦ୍ଧି କରାଇବାର ଯୋଜନା ରଖିଛି।