ରଣବୀର୍ ସିଂହ ହେବେ କପିଲ ଦେବ!
ସଚିନ୍ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ଆଉ ଜଣେ କ୍ରିକେଟରଙ୍କ ଉପରେ ଏକ ସିନେମା ତିିଆରି ହେବ ବୋଲି ବେଶ୍ କିଛିଦିନ ହେବ ଚର୍ଚ୍ଚା ଚାଲିଛି। ଏହି ମହାନ କ୍ରିକେଟରଜଣକ ହେଲେ କପିଲ ଦେବ। ଏହି ସିନେମାର ନିର୍ଦ୍ଦେଶନା ଦେବେ କବୀର୍ ଖାନ୍। ପ୍ରଥମେ ଶୁଣିବାକୁ ମିଳୁଥିଲା ଯେ ଏଥିରେ ଟାଇଟଲ ରୋଲ୍ କରିବେ ଅର୍ଜୁନ୍ କପୁର୍।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଏବେ ଖବର ମିଳିଲାଣି ଯେ ଅର୍ଜୁନ୍ କପୁର୍ ନୁହନ୍ତି ବରଂ ରଣବୀର୍ ସିଂହ ଏହି ଭୂମିକାରେ ଅଭିନୟ କରିବେ। କୁହାଯାଉଛି ଯେ ଇତିମଧ୍ୟରେ କବୀର୍ ଖାନ୍ ଏବଂ ରଣବୀର୍ ସିଂହଙ୍କ ମଧ୍ୟରେ ଡିଲ୍ ଫାଇନାଲ୍ ହୋଇଯାଇଛି। ଏହାର କାହାଣୀ ଲେଖୁଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ସଞ୍ଜୟ ପୂରଣ ସିଂହ ଚୌହ୍ଵାନ୍। ଏହି ସିନେମାର ପ୍ରଯୋଜନା କରୁଛନ୍ତି ଫାଣ୍ଟମ୍ ଫିଲ୍ମସ୍ ଏବଂ ସିସିଏଲ୍ର ପ୍ରତିଷ୍ଠାତା ବିଷ୍ଣୁ ବର୍ଦ୍ଧନ୍।