ଏହି କାରଣ ପାଇଁ ଫିଲ୍ମ ‘ସଞ୍ଜୁ’ରେ ରଖା ଯାଇ ନ ଥିଲା ସଞ୍ଜୟ ଦତ୍ତଙ୍କ ପ୍ରଥମ ଦୁଇ ପତ୍ନୀଙ୍କ ଚରିତ୍ର
ମୁମ୍ବାଇ : ଫିଲ୍ମ ସଞ୍ଜୁର ରିଲିଜ୍କୁ ପ୍ରାୟ ମାସେ ହୋଇ ଗଲାଣି । କିନ୍ତୁ ଏବେ ଫିଲ୍ମକୁ ନେଇ ପ୍ରଶଂସା ସମସ୍ତଙ୍କ ମନରେ ରହିଛି । ଏହା ସହ ଆଉ ଥରେ ମଧ୍ୟ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ତିଆରି କରାଯିବ ବୋଲି ଖବର ଆସି ସାରିଛି । ତେବେ କିଛି ଲୋକ ଫିଲ୍ମ ସଞ୍ଜୁକୁ ଦେଖିବା ପରେ ଏଥିରେ ଏକ ଅପରାଧୀକୁ ହିରୋ କରିବା ପାଇଁ ଚେଷ୍ଟା କରାଯାଇଛି ବୋଲି କହିବା ଆରମ୍ଭ କରିଛନ୍ତି । ପୂର୍ବରୁ ଫିଲ୍ମକୁ ନେଇ ସମସ୍ତେ ପ୍ରଶଂସା କରୁଥିବା ବେଳେ ଏବେ ବିବାଦ ଆରମ୍ଭ ହୋଇଛି । କ’ଣ ପାଇଁ ସଞ୍ଜୟ ଦତ୍ତଙ୍କ ପ୍ରଥମ ଦୁଇ ସ୍ତ୍ରୀଙ୍କ ବିଷୟରେ ଦର୍ଶାଯାଇ ନାହିଁ ବୋଲି ଲୋକେ ଅନେକ ଆଗରୁ ପ୍ରଶ୍ନ କରିଥିବା ବେଳେ ଏବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏବେ ସବୁ ବିବାଦ ପରେ ଶେଷରେ ଏ ନେଇ ମୁହଁ ଖୋଲିଛନ୍ତି ସଞ୍ଜୟ ଦତ୍ତ । ତାଙ୍କ କହିବା ଅନୁଯାୟୀ, ମୁଁ ଫିଲ୍ମ ନିର୍ମାତାଙ୍କୁ ମୋ ଜୀବନ ସହ ଜଡ଼ିତ ସବୁ ମହିଳାଙ୍କ ବିଷୟରେ କହିଥିଲି । କିନ୍ତୁ କାହା ଚରିତ୍ର ରଖିବେ କାହାର ନ ରଖିବେ ସେ ବିଷୟରେ ମୁଁ କହି ନଥିଲି । ନିର୍ମାତା ମୋ ଜୀବନ ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ଏହି ଫିଲ୍ମରେ ଦର୍ଶାଇବାକୁ ଭାବିଲେ । ଫିଲ୍ମ ଅଧିକ ଲମ୍ବା ନ ହେଉ ସେଥିପାଇଁ ସେ ବୋଧ ହୁଏ ଅନ୍ୟ କିଛି ଚରିତ୍ରକୁ କାଟି ଦେଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,ସଞ୍ଜୟ ମାଧୁରୀ ଦୀକ୍ଷିତ୍ଙ୍କ ସହ ସଂପର୍କ ରଖୁଥିବା ଜାଣି ପ୍ରଥମ ସ୍ତ୍ରୀ ରିଚା ଶର୍ମା ତାଙ୍କଠାରୁ ଦୂରେଇ ଯାଇଥିଲେ । ପରେ ସେ ରିୟାଙ୍କୁ ବିବାହ କରିଥିବା ବେଳେ ୨୦୦୮ରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାରୁ ଦୁଇ ଜଣଙ୍କର ଛାଡ଼ପତ୍ର ହୋଇ ଯାଇଥିଲା ।