ଅହମ୍ମଦାବାଦ୍: ୨୦୧୫ ମସିହା ବିସ୍ନଗର ଦଙ୍ଗା ମାମଲାରେ ପଟିଦାର ନେତା ହାର୍ଦ୍ଦିକ ପଟେଲ୍ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଲାଲ୍ଜି ପଟେଲ ଏବଂ ଏ କେ ପଟେଲ୍ଙ୍କୁ ଆଜି ୨ ବର୍ଷ ଜେଲ୍ଦଣ୍ଡ ହୋଇଛି। ଏଥିସହ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। ଗୁଜରାଟ ସେସନ୍ସ କୋର୍ଟର ବିଚାରପତି ଭି ପି ଅଗ୍ରଓ୍ଵାଲ୍ ହାର୍ଦ୍ଦିକ୍ ଏବଂ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ତେବେ ଦଣ୍ଡାଦେଶ ହେବାର ମାତ୍ର କିଛି ସମୟ ପରେ ସମସ୍ତଙ୍କୁ ଜାମିନ୍ ମିଳିଛି।