ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ବିଲେଇପଦା ଫାଣ୍ଡି ଅଧୀନ ଦଡୁଆ ଗ୍ରାମର ମୁଣ୍ଡାସାହିରେ ଆଜି ଦିନ ୧୧ ଟାରେ ଏହି ହତ୍ୟାକାଣ୍ଡ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାରେ ଅଭିଯୁକ୍ତ ସନା ମୁଣ୍ଡାକୁ ପୁଲିସ ଗିରଫ କରିଛି। ମୃତ ମହିଳା ହେଲେ ଦଶମା ମୁଣ୍ଡା (୫୫)। ଖବର ଅନୁସାରେ, ଅଭିଯୁକ୍ତ ସନା ମୁଣ୍ଡାଙ୍କ ୬ ମାସର ଝିଅ କ୍ଷୀର ପିଉନଥିଲା। ଏହାପଛରେ ଗୁଣି ଗାରେଡି କରାଯାଇଥିବା ଓ ଏଥିରେ ଦଶମା ମୁଣ୍ଡା (୫୫)ଙ୍କ ହାତ ଥିବା ସେ ସନ୍ଦେହ କରିଥିଲା। ଆଜି ସକାଳେ ଝିଅ ପାଇଁ ଦଶମାଙ୍କ ନିକଟକୁୁ ଔଷଧ ପାଇଁ ଯାଇଥିଲେ। ଦଶମା ଔଷଧ ନଦେବାରୁ ସନା ହଠାତ ଉତ୍କ୍ଷିପ୍ତ ହୋଇଉଠିଥିଲା। ପାଖରେ ଥିବା ଏକ ଠେଙ୍ଗାରେ ପିଟିଦେବାରୁ ଘଟଣାସ୍ଥଳରେ ହିଁ ଦଶମାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଡାକ୍ତରଖାନାକୁ ପଠାଇଛି ବୋଲି ବିଲେଇପଦା ଫାଣ୍ଡି ଅଧିକାରୀ ନରେଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।