ମୁମ୍ବାଇ : ଏବେ ବିକ୍ରି ହେବାକୁ ଯାଉଥିବା ଆରକେ ଷ୍ଟୁଡିଓକୁ ସୋ’ମ୍ୟାନ୍ ରାଜ୍ କପୁର ୧୯୪୮ ମସିହାରେ ଋଣ କରି ନିର୍ମାଣ କରିଥିଲେ। କପୁର ପରିବାରଙ୍କ ମିଳିତ ନିଷ୍ପତ୍ତି ଅନୁସାରେ ୭୦ ବର୍ଷ ପୁରୁଣା ଏଡି ଷ୍ଟୁଡିଓଟି ବିକ୍ରି ହେଉଛି। ତେବେ ଏହି ଷ୍ଟୁଡିଓଟି ବଲିଉଡକୁ ଅନେକ ସୁପରଷ୍ଟାର୍ ଦେବା ସାଂଗକୁ ବ୍ଲକ୍ବଷ୍ଟର୍ ଫିଲ୍ମ ମଧ୍ୟ ଦେଇଛି।ରାଜ କପୁରଙ୍କ ବ୍ୟତୀତ ମନମୋହନ ଦେଶାଇ, ପ୍ରକାଶ ମେହ୍ରା ଏବଂ ହୃଷୀକେଶ ମୁଖାର୍ଜୀଙ୍କ ଭଳି ନାମକରା ନିର୍ଦ୍ଦେଶକ ମଧ୍ୟ ଆର୍କେ ଷ୍ଟୁଡିଓରେ ନିଜ ଫିଲ୍ମର ସୁଟିଂ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ମୁମ୍ବାଇସ୍ଥିତ ଆର୍କେ ଷ୍ଟୁଡିଓ ମୁମ୍ବାଇର ଚେମ୍ବୁର୍ ଠାରେ ରହିଥିବାବେଳେ ଏହାକୁ ନେଇ ରିୟଲ ଇଷ୍ଟେଟ୍ ମାର୍କେଟରୁ ବୋଲି ଲଗାଯାଇଛି। ମୁମ୍ବାଇର ସବୁଠୁ ବଡ଼ ରିୟଲ୍ ଏଷ୍ଟେଟ୍ କଂପାନିମାନେ ଏହାର ମୂଲ୍ୟକୁ ପାଖାପାଖି ୨୫୦ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ତେବେ ହାରାହାରି ଦୁଇ ଏକର ଜମିରେ ନିର୍ମିତ ଆରକେ ଷ୍ଟୁଡିଓର ମୂଲ୍ୟ ଅଧିକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଷ୍ଟୁଡିଓ ମୁମ୍ବାଇ ସହରରେ ଯେଉଁଠାରେ ରହିଛି, ସେଠାରେ ଗୋଟିଏ ବର୍ଗ ମିଟର ଜମିର ମୂଲ୍ୟ ୨.୫ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
ଆଉ ଯଦି ମିଡିଆ ରିପୋର୍ଟସକୁ ବିଶ୍ୱାସ କରାଯାଏ ତେବେ ଆର୍କେ ଷ୍ଟୁଡ଼ିଓ ବିକ୍ରି ହେବା ପରେ କପୁର ପରିବାର ଆରବପତି ହୋଇଯିବେ । ତେବେ କପୁର ପରିବାରର ସଂପର୍କୀୟଙ୍କ କହିବାନୁସାରେ, ଆରକେ ଷ୍ଟୁଡିଓ ବିକ୍ରିରୁ କପୁର ପରିବାରର ତିନି ଭାଇଙ୍କୁ ଏନେଇ ୪୦୦ରୁ ୫୦୦ କୋଟି ଟଙ୍କା ମିଳିପାରେ ବୋଲି ଆକଳନ କରାଯାଇଛି। ତେବେ ଆର୍କେ ଷ୍ଟୁଡ଼ିଓର ମୂଲ୍ୟ ଅତ୍ୟଧିକ ହେବାର ସବୁଠୁଁ ବଡ କାରଣ ହେଉଛି ଏହାର ଐତିହାସିକ ମୂଲ୍ୟ।