ଦୁଇ ବର୍ଷ ବୟସରେ ହିଁ ବାପା-ମା’ଙ୍କଠାରୁ ଅଲଗା ହୋଇ ଯାଇଥାନ୍ତେ ବିଗ୍‌ ବି, ଜାଣନ୍ତୁ କ’ଣ ଘଟିଥିଲା ୭୪ବର୍ଷ ତଳେ

ମୁମ୍ବାଇ : ଅତୀତରେ ନିଜ ସହ ଘଟିଥିବା ବିଭିନ୍ନ ଘଟଣା ବିଷୟରେ ଜଣାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ସେ ଜଣାଇଥିବା ପ୍ରତିଟି କଥା ପରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥାଏ । ଏହା ଏବେ ପୁଣି ଦେଖିବାକୁ ମିଳିଛି । ବିଗ୍‌ ବିଙ୍କୁ ୨ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ସହ ଯେଉଁ ଘଟଣା ଘଟିଥିଲା ସେ ବିଷୟରେ ଜଣାଇବା ପରେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ମୁତାବକ, ବିଗ୍‌ ବି ରେଳ ସୁରକ୍ଷାକୁ ନେଇ ଏକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ସେ ନିଜର ଛୋଟ ବେଳର ଏକ ଘଟଣା ବିଷୟରେ ଜଣାଇଛନ୍ତି ।

India Today

ଏହି ଭିଡିଓରେ ସେ ବର୍ଣ୍ଣନା କରିଛନ୍ତି, ‘ଛୋଟ ବେଳୁ ହିଁ ମୋର ଟ୍ରେନ୍‌ ସହ ଏକ ଅଲଗା ପ୍ରକାରର ସଂପର୍କ ରହିଛି । ଯେତେବେଳେ ମୋତେ ୨ବର୍ଷ ବୟସ ହୋଇଥିଲା ମୁଁ ମୋ ମାତା-ପିତାଙ୍କ ସହ ଅଜାଙ୍କୁ ଦେଖା କରିବା ପାଇଁ ଯାଇଥିଲି । ଘରକୁ ଫେରିବା ପାଇଁ ରେଳ ଷ୍ଟେସନରେ ପହଞ୍ଚିବା ପରେ ମା’ ମୋତେ ବାପାଙ୍କ ପାଖରେ ଛାଡ଼ି ଟିକେଟ ଆଣିବା ପାଇଁ ଚାଲି ଯାଇଥିଲେ । ଏହି ସମୟରେ ମୁଁ ପ୍ଲାଟ୍‌ଫର୍ମରେ ବସି ଟ୍ରେନ୍‌କୁ ଦେଖିବାରେ ଲାଗିଥିଲି । ଆଉ ଟିକେ ଭଲ ଭାବରେ ଦେଖିବା ପାଇଁ ମୁଁ ବାପାଙ୍କଠାରୁ ହାତ ଛଡ଼ାଇ ରେଳ ବ୍ରିଜ୍‌ ଉପରକୁ ଚାଲି ଯାଇଥିଲି । କିଛି ସମୟ ପରେ ମୋତେ ନ ପାଇ ମୁଁ ମା’ଙ୍କ ପାଖକୁ ଯାଇଥିବି ଭାବି ବାପା ମା’ଙ୍କ ପାଖକୁ ଯାଇଥିଲେ । କିନ୍ତୁ ସେଠାରେ ମୋତେ ନ ପାଇ ଦୁହେଁ ମୋତେ ଖୋଜିବାକୁ ଲାଗିଥିଲେ । ୧୫ମିନିଟ୍‌ ଖୋଜିବା ପରେ ଜଣେ ଲୋକ ତାଙ୍କୁ ଏକ ଦୁଇ ବର୍ଷର ପିଲଟି ରେଳ ବ୍ରିଜ୍‌ ଉପରେ ଠିଆ ହୋଇଥିବା କହିଥିଲେ । ଯାହା ପରେ ସେ ମୋତେ ଖୋଜି ପାଇଥିଲେ । ଯଦି ସେ ଲୋକ ଜଣଙ୍କ ମୋ ବିଷୟରେ ମୋ ମାତା-ପିତାଙ୍କୁ ନ ଜଣାଇଥାନ୍ତେ । ତେବେ ବୋଧ ହୁଏ ମୁଁ କେବେ ହେଲେ ତାଙ୍କ ପାଖକୁ ଫେରି ପାରି ନଥାନ୍ତି।’

ସମ୍ବନ୍ଧିତ ଖବର