୧୩୬ ଏସ୍ଆଇଙ୍କୁ ପଦୋନ୍ନତି, ୧୮ ଇନ୍ସପେକ୍ଟରଙ୍କୁ ବଦଳି
କଟକ : ଓଡ଼ିଶା ପୁଲିସ୍ରେ କାର୍ଯ୍ୟରତ ୧୮ ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ଏଥିସହିତ ୧୩୬ଜଣ ସବ୍ ଇନ୍ସପେକ୍ଟରଙ୍କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଥିବା ପୁଲିସ୍ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ସପେକ୍ଟରଙ୍କ ମଧ୍ୟରେ ଅଳକାରାଣୀ ପଣ୍ତା ଭୁବନେଶ୍ବର ଏସ୍ସିଆର୍ବିକୁ, ଆଲୋକ କୁମାର ଜେନା ଏସ୍ଟିଏଫ୍କୁ, ଅଶୋକ କୁମାର ନାୟକ ଅନୁଗୁଳକୁ, ବବିତା ତ୍ରିପାଠୀ କ୍ରାଇମ୍ବ୍ରାଞ୍ଚକୁ, ବଳରାମ ନାୟକ କ୍ରାଇମ୍ବ୍ରାଞ୍ଚକୁ, ବେଲସିସ୍ ନେସା ବିବି ଯାଜପୁରକୁ, ଦେବାଶିଷ ମହାନ୍ତି ବ୍ରହ୍ମପୁରକୁ, ଦୁଷ୍ମନ୍ତ କୁମାର ନାୟକ ଭିଜିଲାନ୍ସକୁ, ଯାଜ୍ଞସେନୀ ପ୍ରଧାନ ଅନୁଗୁଳକୁ, ପୀତବାସ ଧରୁଆ କୋରାପୁଟକୁ, ରୀନା ବେହେରା କ୍ରାଇମ୍ବ୍ରାଞ୍ଚକୁ, ସାବିତ୍ରୀ ଆଚାର୍ଯ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟକୁ, ସରିତା ବେଉରିଆ କ୍ରାଇମ୍ବ୍ରାଞ୍ଚକୁ, ସରୋଜିନୀ ସମଦ ଅନୁଗୁଳକୁ, ଶୁଭେନ୍ଦୁ କୁମାର ଶବର ନବରଙ୍ଗପୁରକୁ, ତାପସ ଚନ୍ଦ୍ର ପ୍ରଧାନ କମିସନରେଟ ପୁଲିସ୍କୁ, ଉଦୟନାଥ ସେଠୀ ବ୍ରହ୍ମପୁରକୁ, ଉତ୍ତମ କୁମାର ମହାନ୍ତି ଭୁବନେଶ୍ବର ସ୍ପେଶାଲ ବ୍ରାଞ୍ଚକୁ ବଦଳି ହୋଇଛନ୍ତି। ଏମାନଙ୍କ ବ୍ୟତୀତ ୧୩୬ଜଣ ସବ୍ ଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯିବା ସହ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ଗତ ୧୦ ତାରିଖରେ ପୁଲିସ୍ ଏଷ୍ଟାବ୍ଲିସମେଣ୍ଟ ବୋର୍ଡରେ ଏସବୁ ବଦଳି ଓ ପଦୋନ୍ନତିକୁ ମଞ୍ଜୁରି ଦିଆଯାଇଥିବା ସୂଚନା ଦିଆଯାଇଛି।