ଗୋଳାବନ୍ଧ ଆର୍ମି ଏଡି କଲେଜକୁ କଲର୍‌ ଆୱାର୍ଡ଼, ରାଷ୍ଟ୍ରପତି ପ୍ରଦାନ କରିବେ, ଯୋଗ ଦେବେ ସେନାମୁଖ୍ୟ

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ଗୋଳବନ୍ଧ ଠାରେ ୧୯୮୪ ମସିହାରେ ପ୍ରତିଷ୍ଠିତ ଆର୍ମି ଏୟାର ଡିଫେନ୍ସ କଲେଜ ଓ ଆର୍ମି ଡିଫେନ୍‌ସ ସେଣ୍ଟରକୁ ଆସନ୍ତା ୨୮ତାରିଖରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଛନ୍ତି। ୨୫ ବର୍ଷରୁ ଉର୍ଧ୍ବ ଉଲ୍ଲେଖନୀୟ ସେବା ପାଇଁ ଆର୍ମି ଏୟାର ଡିଫେନ୍ସ ସେଣ୍ଟରକୁ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ସମ୍ମାନଜନକ ‘କଲର ଆୱାର୍ଡ’ ପ୍ରଦାନ କରିବେ। ଅନୁଷ୍ଠିତ ପରେଡ଼ରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିବା ସହିତ ଉପସ୍ଥିତ ସେନା କର୍ମଚାରୀଙ୍କୁ ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ଓଡ଼ିଶା ରାଜ୍ୟପାଳ ଫ୍ରପେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଣ୍ଟ ଜେନେରାଲ ଅଶ୍ବିନୀ କୁମାର ଓ ଲେଫ୍ଟନାଣ୍ଟ ଜେନେରାଲ ଏ.ପି. ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ଆଜି ସେନା ବାୟୁରକ୍ଷା କେନ୍ଦ୍ରଠାରେ ଅଭ୍ୟାସ ପରେଡ଼ କରାଯାଇଥିଲା।

ସମ୍ବନ୍ଧିତ ଖବର