ରାଜ୍ୟ ଯୋଗାଣ ସଚିବ ଗଲେ ଦିଲ୍ଲୀ, କେନ୍ଦ୍ର ସରକାରଙ୍କ ପାଖରୁ ଅଣାଯିବ ପିଆଜ
ଭୁବନେଶ୍ବର : ସାରା ଦେଶରେ ପିଆଜର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ନେଇଛନ୍ତି । ଆଜି ଏସଂପର୍କରେ ଟୁଇଟ କରି ଜଣାଇଛନ୍ତି ଓଡ଼ିଶାର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।
Sambad is now on WhatsApp
Join and get latest news updates delivered to you via WhatsApp
As per the statement of Hon’ble Union Min Shri @irvpaswan ji, the Central Govt. is ready to provide onion to all states.
The state govt has sent the Secretary of @Food_Odisha & @Coop_Odisha depts to New Delhi today to discuss the procurement of onion so as to check the price rise— Ranendra Pratap Swain (@rajaaswain) September 26, 2019
ସେ ଟୁଇଟ କରି ଲେଖିଛନ୍ତି ‘କେନ୍ଦ୍ର ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ ବୟାନ ଦେଇଛନ୍ତି ଯେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପିଆଜ ଯୋଗାଇବେ। ଏହି ବୟାନ ଅନୁଯାୟୀ ଆଜି ରାଜ୍ୟ ସରକାର ପିଆଜ କିଣିବାକୁ ରାଜ୍ୟ ଯୋଗାଣ ସଚିବଙ୍କୁ ଦିଲ୍ଲୀ ପଠାଇଛନ୍ତି। ଏହାଦ୍ବାରା ଦରବୃଦ୍ଧି ସଂପର୍କରେ ଯାଞ୍ଚ କରି ହେବ।’
ସୂଚନାଯୋଗ୍ୟ, କେନ୍ଦ୍ର ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ କହିଛନ୍ତି ଯେ ଦେଶରେ ଯଥେଷ୍ଟ ପରିମାଣରେ ପିଆଜ ଗଚ୍ଛିତ ରହିଛି । ରାଜ୍ୟମାନେ ଚାହିଁଲେ ପିଆଜ ନେଇପାରିବେ । ଏପର୍ଯ୍ୟନ୍ତ ତ୍ରିପୁରା ୧୮୫୦ ଟନ, ହରିୟାନା ୨୦୦୦ ଟନ ଓ ଆନ୍ଧ୍ରପ୍ରଦେଶ ୯୬୦ ଟନ ପିଆଜ ନେଇଛନ୍ତି । ରାଜ୍ୟ ସରକାରମାନେ କିଲୋ ପିଛା ଟ.୧୫.୫୯ରେ ପିଆଜ ନେଇପାରିବେ ଓ ଲୋକମାନଙ୍କୁ କିଲୋ ପ୍ରତି ୨୩ ଟଙ୍କା ୯୦ ପଇସାରୁ ଅଧିକ ମୂଲ୍ୟରେ ବିକ୍ରି କରିପାରିବେ ନାହିଁ ।