ଦୃଷ୍ଟିପାତ, ପାକିସ୍ତାନରେ ସଂଖ୍ୟାଲଘୁ

ଭାରତ ସରକାର ନାଗରିକତା ସଂଶୋଧନ ଆଇନ ଆଣିଛନ୍ତି, ଯାହା ଫଳରେ ପଡ଼ୋଶୀ ଇସ୍‍ଲାମୀୟ ରାଷ୍ଟ୍ରମାନଙ୍କରେ ଧର୍ମ ଆଧାରରେ ନିର୍ଯାତିତ ସଂଖ୍ୟାଲଘୁ ଭାରତରେ ଶରଣ ନେଇଥିଲେ, ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ। କିଛି ଦିନ ପୂର୍ବେ ପାକିସ୍ତାନର ନନକାନା ସାହିବ ଗୁରୁଦ୍ବାରାରେ ଶିଖଙ୍କ ଉପରେ ଏକ ଭିଡ଼ର ଆକ୍ରମଣ ଘଟଣା ଭାରତରେ ଏଭଳି ଆଇନର ଆବଶ୍ୟକତାକୁ ଦୃଢ଼ୀଭୂତ କରିଛି। ଯଦିଓ ପାକିସ୍ତାନ ସର୍ବଦା ଦେଶର ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ କରି ଆସିଛି ବୋଲି ସଫେଇ ଦେଇଛି, ସେହି ଦେଶର ଜନଗଣନା ପରେ ସଂଖ୍ୟାଲଘୁଙ୍କ ସଂଖ୍ୟା ନେଇ କୌଣସି ସୂଚନା ଦିଆ ନ ଯିବା ସରକାରଙ୍କ ବୟାନକୁ ସନ୍ଦେହ ଘେରକୁ ଆଣୁଛି।

ପାକିସ୍ତାନରେ ଶେଷ ଥର ୨୦୧୭ରେ ଜନଗଣନା ହୋଇଥିଲା। ଏହି ଜନଗଣନା ଅନୁସାରେ ଦେଶର ଜନସଂଖ୍ୟା ହେଉଛି ୨୦.୭୭ କୋଟି। କିନ୍ତୁ ଏହି ଜନଗଣନା ରିପୋର୍ଟ ପ୍ରକାଶ ପାଇବାର ଦୁଇ ବର୍ଷରୁ ଅଧିକ କାଳ ବିତି ଯାଇଥିଲେ ମଧ୍ୟ ଧର୍ମ ଆଧାରରେ ଜନସଂଖ୍ୟାର ହାର ସମ୍ପର୍କିତ ତଥ୍ୟ ଏଯାବତ୍ ପ୍ରକାଶ ପାଇ ନାହିଁ। ଶେଷ ଥର ପାଇଁ ସେଠାରେ ୧୯୯୮ ଜନଗଣନା ରିପୋର୍ଟରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ଜନସଂଖ୍ୟା ନେଇ ତଥ୍ୟ ପ୍ରକାଶ ପାଇଥିଲା। ସେହି ଜନଗଣନା ଅନୁସାରେ ପାକିସ୍ତାନର ଜନସଂଖ୍ୟା ୧୩.୨୩ କୋଟି ଥିଲା। ସେଥିରୁ ୯୬.୨୮ ପ୍ରତିଶତ ମୁସଲମାନ ରହିଥିବା ବେଳେ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‍ଙ୍କ ଜନସଂଖ୍ୟା ଯଥାକ୍ରମେ ୧.୬% ଓ ୧.୫୯% ଥିଲା। ପାକିସ୍ତାନ ଦୀର୍ଘ ୨୨ ବର୍ଷ ଧରି ସଂଖ୍ୟାଲଘୁଙ୍କ ଜନସଂଖ୍ୟାକୁ ଲୁଚାଇ ରଖିବା ଏହି ସନ୍ଦେହକୁ ଘନୀଭୂତ କରୁଛି ‌େଯ ସେଠାରେ ସଂଖ୍ୟାଲଘୁ ବିଲୁପ୍ତିର ଦ୍ବାର ଦେଶରେ।

ସମ୍ବନ୍ଧିତ ଖବର