ଚନ୍ଦ୍ରଶେଖରପୁର : ଆକାଉଣ୍ଟ୍‌ରୁ ସାଢ଼େ ୧୨ ହଜାର ଗାଏବ

ଚନ୍ଦ୍ରଶେଖରପୁର : ଟିକ୍‌ଟକ୍ ଦେଖୁଥିବା ବେଳେ ଜଣେ ଯୁବକ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ଯୁବକଜଣକ ହେଲେ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଅଞ୍ଚଳର ବିରଞ୍ଚି ନାରାୟଣ ନାଥ। ଆଜି ସଂଧ୍ୟାରେ ସେ ଘର ନିକଟ ଏକ ପଡ଼ିଆରେ ଟିକ୍‌ଟକ୍ ଦେଖୁଥିବା ବେଳେ ତାଙ୍କ ନିକଟକୁ ଏକ ୱେବ୍ ମେସେଜ୍ ଆସିଥିଲା। ଯେଉଁଥିରେ ସେ ଓକେ ବଟନ୍‌ ଚିପି ଦେବାରୁ ହଠାତ୍ ତାଙ୍କ ମୋବାଇଲ୍ ନମ୍ବରକୁ ଗୋଟିଏ ଓଟିପି ଆସିଥିଲା। ସେ ତାହା ଦେଖିବା ପୂର୍ବରୁ ଓଟିପି ନମ୍ବରଟି ମୋବାଇଲ୍‌ରେ ଆପେ ଆପେ ଫିଡ୍‌ ହୋଇଯାଇଥିଲା। ପରେ ତାଙ୍କ ଫୋନ୍ ପେ’ ଆପ୍ଲିକେସନ୍‌ ଜରିଆରେ ବ୍ୟାଙ୍କ ଆକାଉଣ୍ଟରୁ ୧୨ହଜାର ୫୦୦ ଟଙ୍କା କଟି ଯାଇଥିଲା। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରିବା ସହ ସାଇବର୍ ସେଲ୍‌କୁ ସୂଚନା ଦେଇଛି। କିଛି ଦିନ ମଧ୍ୟରେ ଏପରି ଦୁଇଟି ଘଟଣା ଥାନାରେ ରୁଜୁ ହୋଇଛି। ଯେଉଁଥିରେ ଲକ୍ଷାଧିକ ଟଙ୍କାର ଅନ୍‌ଲାଇନ୍ ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର