ପ୍ରାୟ ୭ ହଜାର ଦିଆସିଲି କାଠିରେ ପ୍ରସ୍ତୁତ କଲେ କାଳିଆ ଠାକୁରଙ୍କ ମୂର୍ତ୍ତି, ଶ୍ରୀମନ୍ଦିର ଖୋଲିବା ପାଇଁ ଯୁବକଙ୍କ ଭିନ୍ନ ଢଙ୍ଗରେ ଦାବି
ପୁରୀ: କରୋନା କଟକଣା ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର | ଆଉ ମନ୍ଦିର ଖୋଲିବାକୁ ଭକ୍ତଙ୍କ ସମେତ ବୁଦ୍ଧିଜୀବୀ ସରକାରଙ୍କ ନିକଟରେ ଦାବି କରୁଛନ୍ତି | ଏହାରି ଭିତରେ ପୁରୀର ଏମିତି ଜଣେ ଶିଳ୍ପୀ ସାମ୍ନାକୁ ଆସିଛନ୍ତି ଯିଏ ନିଜ କଳାକୃତି ମାଧ୍ୟମରେ ମନ୍ଦିର ଖୋଲିବାକୁ ଭିନ୍ନ ଢଙ୍ଗରେ ଦାବି ଉପସ୍ଥାପନ କରିଛନ୍ତି | ପୁରୀ କୁମ୍ଭାରପଡ଼ାରେ ରହନ୍ତି ଶାଶ୍ୱତ ରଞ୍ଜନ ସାହୁ | ଯୁକ୍ତ ୩ରେ ପାଠ ପଢ଼ୁଥିବା ଶାଶ୍ୱତ ପ୍ରାୟ ୭ ହଜାର ଦିଆସିଲି କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ଶାଶ୍ୱତ ମୂର୍ତ୍ତି ନିର୍ମାଣ ପାଇଁ ୭୮୮୧ ଦିଆସିଲି କାଠି ବ୍ୟବହାର କରିଥିବାବେଳେ ଏଥିପାଇଁ ତାଙ୍କୁ ୨୧ ଦିନ ସମୟ ଲାଗିଛି | ଏହି ମୂର୍ତ୍ତିର ଓସାର ୧୭ ଇଞ୍ଚ ହୋଇଥିବା ବେଳେ ଚଉଡା ୧୫ ଇଞ୍ଚ ରହିଛି | ଶାଶ୍ୱତ କହିଛନ୍ତି ଯେ ଏହି ମୂର୍ତ୍ତି ନିର୍ମାଣ କରି ସେ ଜଣାଇବାକୁ ଚାଁହୁଛନ୍ତି ଯେ ଅନ୍ୟ ମନ୍ଦିର ଖୋଲାଯାଇଥିବା ବେଳେ ପୁରୀ ଶ୍ରୀମନ୍ଦିର ଖୋଲାଯାଇନାହିଁ | ଯାହାକି ଶତାଧିକ ଭକ୍ତଙ୍କୁ ନିରାଶ କରୁଛି | ସେହିପରି ଶାଶ୍ୱତ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମଧ୍ୟ ଆବେଦନ କରିଛନ୍ତି |
ସୂଚନା ଥାଉ କି ଶ୍ରୀ ମନ୍ଦିର ଖୋଲାଯିବା ପ୍ରସଙ୍ଗରେ ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ, ଛତିଶାନିଯୋଗ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯାଇଥିଲା | କୌଣସି ପରିସ୍ଥିତିରେ କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଖୋଲା ନଯାଉ। କାର୍ତ୍ତିକ ମାସ ଶେଷ ପରେ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବା କଥା ଚିନ୍ତା କରାଯାଉ ବୋଲି ପରିଚାଳନା କମିଟି ସଦସ୍ୟ, ଛତିଶାନିଯୋଗ ଓ ବୁଦ୍ଧିଜୀବୀ ଯୁକ୍ତି ବାଢ଼ିଥିଲେ। ତେବେ କୋଭିଡ୍ କଟକଣା ଭିତରେ ସୀମିତ ସଂଖ୍ୟକ ଭକ୍ତ ପ୍ରବେଶ ସପକ୍ଷରେ କିଛି ଲୋକ ମଧ୍ୟ ମତ ରଖିଥିଲେ ।