ନବରଙ୍ଗପୁର : ନବରଙ୍ଗପୁର ସହରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକ କୁ ଛୁରା ମାଡ । ନାବାଳକ କୁ ଗୁରୁତର ଅବସ୍ଥାରେ କୋରାପୁଟ ସ୍ଥାନାନ୍ତର । ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୯.୩୦ ଘ ସମୟରେ ସ୍ଥାନୀୟ କେଉଟ ସାହି ନିକଟରେ ନାବାଳକ ର ପେଟକୁ ଛୁରା ମାଡ ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଯୁବକ ଜଣକ ହେଲେ ନବରଙ୍ଗପୁର ସହର ମଙ୍ଗରାଜ ସାହିର ବି. ଶ୍ରୀନିବାସ(୧୭) ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସେ ବଜାରରୁ ଘରକୁ ଫେରୁଥିବା ସମୟରେ ରାସ୍ତାରେ ହଠାତ୍ କିଛି ଯୁବକ ସଂଗବଧ ଭାବେ ତାଙ୍କ ପେଟ କୁ ଛୁରା ରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକ ପହଞ୍ଚିବା ଦେଖି ଆକ୍ରମଣକାରୀ ଯୁବକ ମାନେ ଘଟଣା ସ୍ଥଳ ରୁ ଫେରାର ହେଇଯାଇଥିଲେ । ଶ୍ରୀନିବାସ ଙ୍କୁ ସ୍ଥାନୀୟ ଯୁବକ ମାନେ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ଆକ୍ରମଣର କୌଣସି ସ୍ପଷ୍ଟ କାରଣ ଜଣାପଡିନଥିଲେ ମଧ୍ୟ ପୂର୍ବସତ୍ରୁତାକୁ କେନ୍ଦ୍ର କରି ଏପରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ନବରଙ୍ଗପୁର ଡାକ୍ତରଖାନାରେ ଗୁରୁତର ଶ୍ରୀନିବାସକୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।