ବେଙ୍ଗାଲୁରୁ : ବେଙ୍ଗାଲୁରୁର ଜଣେ ବାଇକ୍ ଚାଳକଙ୍କର ପୁଲିସ୍କୁ ଚ୍ୟାଲେଞ୍ଜ କରିବା ଏବେ ଚର୍ଚ୍ଚା ବିଷୟ ପାଲଟିଛି। ଯୁବକ ଜଣକ ହେଲ୍ମେଟ୍ ପିନ୍ଧି ନ ଥିବା ଅଭିଯୋଗ ଆଣି ପୁଲିସ୍ ଚାଲାଣ କାଟିଥିବାରୁ ସେ ଚାଲାଣକୁ ଟ୍ବିଟର୍ରେ ସେୟାର କରି ‘ମୁଁ ହେଲ୍ମେଟ୍ ପିନ୍ଧି ନାହିଁ ବୋଲି ପ୍ରମାଣ ଦିଅ’ ବୋଲି ଲେଖିଥିଲେ ଯୁବକ।
Sambad is now on WhatsApp
Join and get latest news updates delivered to you via WhatsApp
ଯୁବକଙ୍କ ଏହି ଟ୍ବିଟ୍ର ତତ୍କ୍ଷଣାତ ଜବାବ ଦେଇଥିଲା ବେଙ୍ଗାଲୁରୁ ପୁଲିସ୍। ଯୁବକ ଜଣକ ବିନା ହେଲ୍ମେଟ୍ରେ ଗାଡ଼ି ଚଳାଉଥିବା ଅଭିଯୋଗ କରି ପୁଲିସ୍ ତାଙ୍କ ନାମରେ ଚାଲାଣ କାଟିବା ସମୟର ଫଟୋ ପାଇ ଯୁବକ ଜଣକ ଯୁକ୍ତି କରିଥିଲେ। ସେ କହିଥିଲେ ଯେ ‘ଫଟୋରେ ମୋ ଗାଡ଼ି, ସହ ଗାଡ଼ିର ନମ୍ବର ପ୍ଲେଟ୍ ଦେଖାଯାଉଛି। ମାତ୍ର ମୁଁ ଯେ ବିନା ହେଲ୍ମେଟ୍ରେ ଗାଡ଼ି ଚଳାଉଛି ତାହା ଫଟୋରେ ଦିଶୁନାହିଁ। ଦୟାକରି ଉପଯୁକ୍ତ ପ୍ରମାଣ ଦିଅନ୍ତୁ।’
— ಬೆಂಗಳೂರು ಸಂಚಾರ ಪೊಲೀಸ್ BengaluruTrafficPolice (@blrcitytraffic) October 19, 2022
ଯୁବକଙ୍କ ଏହି ଟ୍ବିଟ୍ ପରେ ଯୁବକ ଗାଡ଼ି ଚଳାଉଥିବା ବେଳର ଏକ ଫଟୋକୁ ପୋଷ୍ଟ୍ କରିଥିଲା ବେଙ୍ଗାଲୁରୁ ପୁଲିସ୍। ଫଟୋଟିରେ ଯୁବକଙ୍କର ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦୃଶ୍ୟମାନ ହୋଇଛି। ତା’ପରେ ଯୁବକ ଜଣକ ବେଙ୍ଗାଲୁରୁ ପୁଲିସ୍କୁ ଧନ୍ୟବାଦ ଜଣାଇବା ସହ ଜରିମାନା ଟଙ୍କା ଭରିଦେବେ ବୋଲି କହିଛନ୍ତି।
ପୁଲିସ୍ ନିକଟରୁ ପ୍ରତିକ୍ରିୟା ପାଇବା ପରେ ଯୁବକ ଲେଖିଛନ୍ତି, ‘ପ୍ରମାଣ ପାଇଁ ଧନ୍ୟବାଦ। ଜଣେ ସାଧାରଣ ଜନତା ହିସାବରେ ପଚାରିବାର ଅଧିକାର ସମସ୍ତଙ୍କର ଅଛି। ପ୍ରମାଣ ଦେଇଥିବାରୁ ମୁଁ ବେଙ୍ଗାଲୁରୁ ପୁଲିସକୁ ସାଧୁବାଦ ଜଣାଉଛି।’