ଏମିତି ଗାଡ଼ି ଯାହା ପବନକୁ ଆଧାର କରି ପାଣି ତିଆରି କରୁଛି

ନୂଆଦିଲ୍ଲୀ: ବିଶ୍ବରେ ଚମତ୍କାରରୁ ଚମତ୍କାର କାର ଦିନକୁ ଦିନ ବଜାରକୁ ଆସୁଛି। ସେ ଟେକନିକକୁ ନେଇ ହେଉ ଅବା ଗତିକୁ ନେଇ। ନିକଟରେ ଏକ କାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କାରର ବିଶେଷତ୍ବ ହେଉଛି, ଏହା ପବନକୁ ଆଧାର କରି ପାଣି ତିଆରି କରିଥାଏ। ଏହି ପାଣିକୁ ଆପଣ ପିଇବି ପାରିବେ। ଏହି କମ୍ପାନିର ନାମ ୱାଟରଗେନ ରହିଛି। ଏହି କମ୍ପାନି ଏମିତି ଏକ ଟେକନିକ ବିକଶିତ କରିଛି, ଯାହାକି ଚାଲୁଥିବା ଗାଡ଼ିରେ ପାଣି ତିଆରି ହୋଇଯାଇଥାଏ।

ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଗାଡ଼ି ଭିତରେ ଏକ ମ୍ୟାସିନ ରହିଛି। ଚଳନ୍ତା ଗାଡ଼ିରେ ଏହି ମ୍ୟାସିନ ପବନକୁ ପାଣିରେ ପରିଣତ କରି ଦେଉଛି। ତେବେ ଯାତ୍ରା ସମୟରେ ଏଣିକି ପାଣିକୁ ସାଥୀରେ ନେବା କୌଣସି ଆବଶ୍ୟକ ନାହିଁ, କି କୌଣସି ସ୍ଥାନରେ ଶୋଷ ହେଲେ ପାଣି କିଣିବାକୁ ବି ପଡ଼ିବ ନାହିଁ।

ଇସ୍ରାଏଲର ୱାଟରଗେନ ନାମକ ଏହି କମ୍ପାନି ଗାଡ଼ି ବ୍ୟତୀତ ଅନ୍ୟାନ୍ୟ ଅଫିସ ହେଉ ଅବା ସାର୍ବଜନୀନ ସ୍ଥାନମାନଙ୍କରେ ବି ଏହି ବ୍ୟବସ୍ଥା କରିବାକୁ ଯାଉଛି। ଏସଏମଭି ଜୟପୁରିଆ ବି ଏହି ଟେକନିକକୁ ଖୁବଶୀଘ୍ର ଭାରତକୁ ଆଣୁଛନ୍ତି। ଯାହାକି ଏକ ଭଲ ଖବର ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର