ଟ୍ରେନ୍‌ ଯାତ୍ରାରେ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ଲଗେଜ ନେଲେ ଜରିମାନା ଦେବାକୁ ପଡ଼ିବ: ଏହି ନିଷ୍ପତ୍ତି ଉପରେ ୟୁ-ଟର୍ଣ୍ଣ ନେଲା ରେଳବାଇ

ନୂଆଦିଲ୍ଲୀ: ଟ୍ରେନ୍‌ ଯାତ୍ରା କାଳରେ ଯଦି ଆପଣ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ଲଗେଜ ନେଇ ସାଙ୍ଗରେ ଯାଉଥିବା ଅବସ୍ଥାରେ ଧରାପଡ଼ନ୍ତି, ତେବେ ଆପଣଙ୍କ ଠାରୁ ଜରିମାନା ବାବଦରେ ୬ ଗୁଣା ଅଧିକ ଅର୍ଥ ଆଦାୟ କରିବ ରେଳ ବିଭାଗ। ଏହି ନିଷ୍ପତ୍ତିର ୬ଦିନ ପରେ ରେଲବାଇ ଏହାକୁ ନେଇ ୟୁ-ଟର୍ଣ୍ଣ ନେଇଛି। ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଲଗେଜ ନେଲେ ଜରିମାନା ପଡ଼ିବ ନିଷ୍ପତ୍ତିକୁ ଫେରାଇ ନେଇ ରେଳବାଇ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛି।

ରେଳବାଇ ପକ୍ଷରୁ ପ୍ରକାଶ, ସେମାନଙ୍କ ଏହି ଉଦ୍ଦେଶ୍ୟ ଲୋକମାନଙ୍କୁ ଜାଗୃତ କରିବାର ଥିଲା। ରେଳ ଯାତ୍ରା କାଳରେ କିଛି ଯାତ୍ରୀ ସାଙ୍ଗରେ ମାତ୍ରାଧିକ ଲଗେଜ ନେବା ସହ ଅନ୍ୟ ସହଯାତ୍ରୀମାନଙ୍କୁ ଏହି କାରଣ ପାଇଁ ଅସୁବିଧାରେ ପକାଉଥିବା ନେଇ ବହୁ ଅଭିଯୋଗ ଆସିବା ପରେ ରେଳ ବିଭାଗ ପକ୍ଷରୁ ଯାତ୍ରୀ ଲଗେଜ ସଂପର୍କିିତ ଏହି ନୂଆ ନିୟମ ପ୍ରଣୟନ କରାଯିବା ଏହି ଆସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ଲଗେଜ ସାଙ୍ଗରେ ନେଇ ଗଲେ ଜରିମାନା ଲାଗିବ ବୋଲି କହିଥିଲା। କିନ୍ତୁ ଏହି ନିଷ୍ପତ୍ତିକୁ ରେଳବାଇ ଏବେ ଫେରାଇ ନେଇଛି। ରେଳବାଇ ୬ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଚଳାଇଥିଲା।

ଉଲ୍ଲେଖଯୋଗ୍ୟ, ଆପଣ ଯଦି ସ୍ଲିପର ଶ୍ରେଣୀରେ ଯାତ୍ରା କରୁଥିବେ ତେବେ ସାଙ୍ଗରେ ୪୦ କିଲୋ ଓଜନର ଲଗେଜ୍‌ ଓ ସେହିପରି ଯଦି ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବେ ତେବେ ସାଙ୍ଗରେ ୩୫କିଲୋ ଓଜନର ଲଗେଜ୍‌ ସାଙ୍ଗରେ ନେଇ ପାରିବେ। ଯଦି ଆପଣଙ୍କ ନିକଟରେ ଏହାଠାରୁ ଅଧିକ ଲଗେଜ ଥାଏ ତେବେ, ଆଉ ସ୍ଲିପର ଶ୍ରେଣୀରେ ଯାତ୍ରା କରୁଥିବେ ତେବେ ସର୍ବୋଚ୍ଚ ୮୦ କିଲୋ ଓଜନର ଲଗେଜ୍‌ ଓ ସେହିପରି ଯଦି ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବେ ତେବେ ସର୍ବୋଚ୍ଚ ୭୦କିଲୋ ଓଜନର ଲଗେଜ୍‌ ନେଇ ପାରିବେ ଏବଂ ଏଥିପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିବ ବୋଲି ଜୁନ୍‌ ୧ ତାରିଖରେ ରେଳବାଇ ପକ୍ଷରୁ ଘୋଷଣା କରାଯାଇଥିଲା।

ସେହିପରି, ଆପଣ ଯଦି ଏସି ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବେ, ତେବେ ସାଙ୍ଗରେ ୭୦ କିଲୋ ଓଜନର ଲଗେଜ୍‌, ଏସି ଟୁ-ଟାୟାରରେ ଯାତ୍ରା କରୁଥିଲେ ୫୦ କିଲୋ ଓଜନର ଲଗେଜ୍‌ ବିନା ଦେୟରେ ନେଇପାରିବେ ଯଦି ଏହାଠାରୁ ଅଧିକ ଓଜନର ଲଗେଜ ଥାଏ ଓ ଆପଣ ଏସି ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବେ ତେବେ ସାଙ୍ଗରେ ସର୍ବୋଚ୍ଚ ୧୫୦ କିଲୋ ଓଜନର ଲଗେଜ୍‌ ଓ ସେହିପରି ଯଦି ଏସି ଟୁ-ଟାୟାରରେ ଯାତ୍ରା କରୁଥିବେ ତେବେ ସର୍ବୋଚ୍ଚ ୧୦୦ କିଲୋ ଓଜନର ଲଗେଜ୍‌ ଅଧିକ ଦେୟ ଦେଇ ନେଇ ପାରିବେ।

ସହ ଏହାକୁ ଆଜିଠାରୁ କଡ଼ାକଡ଼ି ଭାବେ ଲାଗୁ କରି ଦିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ରେଳ ବୋର୍ଡର ସୂଚନା ଓ ବିଜ୍ଞାପନ ନିର୍ଦ୍ଦେଶକ ବେଦ ପ୍ରକାଶଯ

ସମ୍ବନ୍ଧିତ ଖବର