ଏହି ବିମାନରେ ୨୦୦୦ ଟଙ୍କାରୁ କମ୍‌ ମୂଲ୍ୟରେ ଭୁବନେଶ୍ୱରରୁ ବିଦେଶ ଯାତ୍ରା କରନ୍ତୁ

ନୂଆଦିଲ୍ଲୀ: ଏୟାରଏସିଆ ଶସ୍ତା ଇଣ୍ଟରନ୍ୟାସନାଲ ଟିକେଟ ପ୍ରଦାନ କରିବାର ଅଫର ଦେଇଛି। ଏହି ଅଫରକୁ ମେଗା ସେଲ ବୋଲି କୁହାଯାଉଛି। ଏୟାରଏସିଆର ଏହି ଅଫର ଜରିଆରେ ୨୦୦୦ଟଙ୍କାରୁ କମ୍‌ ମୂଲ୍ୟରେ ଯାତ୍ରୀ ବିଦେଶ ଯାତ୍ରା କରିପାରିବେ। ଏହି ଟିକେଟ ଏପ୍ରିଲ ୧ ତାରଖ ପର୍ଯ୍ୟନ୍ତ ବୁକ୍‌ ହୋଇପାରିବ। ବୁକ୍‌ କରିଥିବା ଟିକେଟ ଜରିଆରେ ୨୦୧୮ ଅକ୍ଟୋବର ୧ରୁ ୨୦୧୯ ଅକ୍ଟୋବର ମଇ ୨୮ ତାରିଖ ଭିତରେ ଯାତ୍ରା କରିହେବ। ଟିକେଟ ବୁକ୍‌ କରିବା ପରେ ଅଲଗା ଭାବେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ।

ଏହି ଅଫର ଜରିଆରେ ଏଣିକି ଯାତ୍ରୀ ଭୁବନେଶ୍ୱରରୁ କ୍ୱାଲାଲମପୁର ୧,୯୯୯ଟଙ୍କାରେ ଯାତ୍ରା କରିପାରିବେ। ସେହିପରି କୋଚିରୁ କ୍ୱାଲାଲମପୁର ୩,୯୯୯ଟଙ୍କାରେ, କୋଲକତାରୁ କ୍ୱାଲାଲମପୁର ୫,୩୯୯ଟଙ୍କାରେ, ଗୋଆରୁ କ୍ୱାଲାଲମପୁର ୬,୫୭୭୭ଟଙ୍କାରେ ଯାତ୍ରା କରିବାର ଅଫର ଏୟାରଏସିଆ ଆଣିଛି।

ଟିକେଟ ବୁକ୍‌ କରିବା ପରେ ରିହାତି କେବଳ www.airasia.comରେ ହିଁ ମିଳିବ। ଯଦି ଆପଣ ଅନ୍ୟ କୌଣସି ପୋର୍ଟାଲରୁ ଟିକେଟ ବୁକ୍‌ କରୁଛନ୍ତି ତେବେ ଏହି ରିହାତିର ଫାଇଦା ଉଠାଇ ପାରିବେ ନାହିଁ।

ଏୟାର ଏସିଆ ମୁତାବକ, ଡେବିଟ କାର୍ଡ, କ୍ରେଡିଟ୍‌ କାର୍ଡରୁ ଟିକେଟ ବୁକ୍‌ କରିବା ଦ୍ୱାରା ପ୍ରୋସେସିଂ ଫିସ୍‌ ନନ୍‌ ରିଫଣ୍ଡିଂ ହେବ।

ଉପରେ ଦିଆଇଥିବା ଟିକେଟ ମୂଲ୍ୟ କେବଳ ଯିବା ସମୟର। ଏପରି କ୍ଷେତ୍ରରେ ଯଦି ଆପଣ ଯିବା ଆସିବା ଟିକେଟ ଚାହାନ୍ତି ଏଥିପାଇଁ ଅଲଗା ଟିକେଟ ଲାଗିବ। ଏହି ଅଫର ପ୍ରଥମେ ଆସନ୍ତୁ ପ୍ରଥମେ ପାଆନ୍ତୁ ଅଫର ଜରିଆରେ ମିଳିବ।

ସମ୍ବନ୍ଧିତ ଖବର