ପ୍ରିପେଡ୍ ଦର ବଢାଇଲା ଏୟାରଟେଲ୍, ୭୯ ଟଙ୍କିଆ ପ୍ୟାକ୍ ଏବେ ୯୯ ଟଙ୍କାରେ ମିଳିବ

ନୂଆଦିଲ୍ଲୀ : ଦେଶର ସବୁ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା ହୋଇଚାଲିଛି । ଏବେ ଏଥିରେ ଯୋଡ଼ି ହୋଇଛି ଟେଲିକମ ସେବା ପରି ଏକ ଅତି ଜରୁରୀ ସେବା ।  ଦେଶର ପ୍ରମୁଖ ଟେଲିସେବା ଯୋଗାଣକାରୀ କମ୍ପାନି ଭାରତୀୟ ଏୟାରଟେଲ ନିଜର ପ୍ରିପେଡ୍ ତାରିଫ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ବିଷୟରେ ଘୋଷଣା କରିଛି ।

କମ୍ପାନି ପକ୍ଷରୁ ଆଜି ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ୭୯ ଟଙ୍କା ପ୍ରିପେଡ ପ୍ୟାକର ମୂଲ୍ୟ ଏଣିକି ୯୯ ଟଙ୍କା ହେବ । ସେହିପରି ୧୪୯ ଟଙ୍କା ମୂଲ୍ୟର ପ୍ୟାକର ମୂଲ୍ୟ ୧୭୯କୁ ବୃଦ୍ଧି କରାଯାଇଛି । ୨୧୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ୟାକର ମୂଲ୍ୟ ୨୬୫ ଟଙ୍କାକୁ ବୃଦ୍ଧି ପାଇଛି । ୨୪୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ୟାକର ମୂଲ୍ୟ ୨୯୯ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୪୪୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ୟାକର ମୂଲ୍ୟ ଏବେ ୫୪୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର ଆସନ୍ତା ୨୬ ତାରିଖରୁ ଲାଗୁ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଏୟାରଟେଲ ପକ୍ଷରୁ ନିଜର ଡାଟା ଟପଅପ ପ୍ୟାକର ମୂଲ୍ୟ ବି ବୃଦ୍ଧି କରାଯାଇଛି । ୩ ଜିବି ଡାଟା ପ୍ରଦାନ କରୁଥିବା ୪୮ ଟଙ୍କିଆ ପ୍ୟାକର ମୂଲ୍ୟ ୫୮ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୯୮ ଟଙ୍କିଆ ପ୍ୟାକର ମୂଲ୍ୟ ୧୧୮କୁ ବୃଦ୍ଧି ପାଇଛି ବୋଲି କମ୍ପାନି କହିଛି । ଏୟାରଟେଲ ନିଜର ତାରିଫ ବଢାଇବା ପରେ ଅନ୍ୟ ଅପରେଟମାନେ ବି ଦର ବଢାଇବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର