୩ ମାସ ମଧ୍ୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେଣି ଆଇସିଡିଏସ୍‌ ଅଧୀନରେ କାର୍ଯ୍ୟରତ ୮ ମହିଳା କର୍ମଚାରୀ

ଭୁବନେଶ୍ୱର: ଦେଶର ବିକାଶରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ସେଥିପାଇଁ ମହିଳାଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହୁଛି। କିନ୍ତୁ ଦୁର୍ନୀତି କ୍ଷେତ୍ରରେ ମହିଳା କର୍ମଚାରୀମାନେ ମଧ୍ୟ କମ୍‌ ନୁହଁନ୍ତି। ସମନ୍ଵିତ ମହିଳା ଶିଶୁ ବିକାଶ (ଆଇସିଡିଏସ୍‌) ଅଧୀନରେ କାର୍ଯ୍ୟରତ ୮ ଜଣ ମହିଳା କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହା ପୁଣି ମାତ୍ର ୩ ମାସ ଭିତରେ।

ଭିଜିଲାନ୍ସ ହାତରେ ପଡ଼ିଥିବା କର୍ମଚାରୀ

-୨୦୨୧ ଅଗଷ୍ଟ ୨୪: ମାଳିଲତା ଦାସ, ସୁପରଭାଇଜର, ସିଡିପିଓ, ଭଦ୍ରକ

-୨୦୨୧ ସେପ୍ଟେମ୍ବର ୧୪: କବିତା ମାଥନ, ଅଙ୍ଗନବାଡ଼ି କର୍ମୀ, ଭୁବନେଶ୍ୱର

-୨୦୨୧ ସେପ୍ଟେମ୍ବର ୩୦: ସୁବର୍ଣ୍ଣ ସିଂହ, ଆଇସିଡିଏସ୍‌ ସୁପରଭାଇଜର, ନୀଳଗିରି, ବାଲେଶ୍ୱର

-୨୦୨୧ ଅକ୍ଟୋବର ୪: ମୀନା ପାତ୍ର, ସିଡିପିଓ, ଭବାନୀପାଟଣା, କଳାହାଣ୍ଡି

-୨୦୨୧ ଅକ୍ଟୋବର ୨୫: ପୁଷ୍ପାଞ୍ଜଳି ରଥ: ସିଡିପିଓ, ଥୁଆମୂଳ ରାମପୁର, କଳାହାଣ୍ଡି

-୨୦୨୧ ନଭେମ୍ବର ୯: ସାରଳା ଦେଇ, ସିଡିିପିଓ, ବାଲିକୁଦା, ଜଗତସିଂହପୁର

-୨୦୨୧ ନଭେମ୍ବର ୯: ପ୍ରତିମା ସାହୁ: ଅଙ୍ଗନବାଡ଼ି ସୁପରଭାଇଜର, ବାଲିକୁଦା, ଜଗତସିଂହପୁର

-୨୦୨୧ ନଭେମ୍ବର ୨୨: ହର୍ଷମଣି ଦେଇ, ଆଇସିଡିଏସ୍‌ ସୁପରଭାଇଜର, ସିନାପାଲି, କଳାହାଣ୍ଡି

ସରକାର ପିଲାମାନଙ୍କ ପାଇଁ ଭୋଜନ, ଡ୍ରେସ୍‌, ଖେଳଣା ଆଦି ଯୋଗାଇଥାନ୍ତି। ସେହିପରି ଗର୍ଭବତୀ ଓ ପ୍ରସୁତୀଙ୍କ ପାଇଁ ମଧ୍ୟ ସରକାର ପୁଷ୍ଟିକର ଖାଦ୍ୟ ଦେଇଥାନ୍ତି। ଶିଶୁ ମାନଙ୍କର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ କାମ ହାତକୁ ନେଇଛନ୍ତି। ସେଥିରୁ ଆଇସିଡିଏସ୍‌ ଅଧିନରେ ବହୁତ ଗୁଡ଼ିଏ କାର୍ଯ୍ୟ କରାଯାଇଥାଏ। ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରି ନଥାଏ। ଆଇସିଡିଏସ୍‌ ଅଧୀନରେ କାର୍ଯ୍ୟ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ପିଲାମାନଙ୍କ ପାଇଁ ଆସିଥିବା ଟଙ୍କା ହଡ଼ପ କରୁଛନ୍ତି। ଏଥିରୁ କିଛି ଧରାପଡ଼ନ୍ତି। କିନ୍ତୁ ଅନେକ ଖସି ଯାଆନ୍ତି।

ସମ୍ବନ୍ଧିତ ଖବର