ଜୁଲାଇ ୩୦ରେ ଅବସର ନେବେ ଅଜୀମ ପ୍ରେମଜୀ, ଓ୍ଵିପ୍ରୋକୁ ଏକ ଖାଇବା ତେଲ କମ୍ପାନିରୁ ବୃହତ ଆଇଟି କମ୍ପାନିରେ ପରିଣତ କରିଥିଲେ

ବାଙ୍ଗାଲୁରୁ : ଭାରତୀୟ ସୂଚନା ପ୍ରଯୁକ୍ତି ଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାରେ ଯେଉଁ କେତେ ଜଣ ଉଦ୍ୟୋଗୀଙ୍କ ହାତ ଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଓ୍ଵିପ୍ରୋ ଅଧ୍ୟକ୍ଷ ଅଜୀମ ପ୍ରେମଜୀ । ପ୍ରେମଜୀ ଆସନ୍ତା ଜୁଲାଇ ୩୦ରେ ଓ୍ଵିପ୍ରୋର ଏକଜକ୍ୟୁଟିଭ ଚେୟାରମ୍ୟାନ ବା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଅବସର ନେବେ । ଏ ସଂପର୍କରେ ଓ୍ଵିପ୍ରୋ ପକ୍ଷରୁ ଘୋଷଣା କରାଯାଇଛି ।

ପ୍ରେମଜୀ ଗତ ୫୩ ବର୍ଷ ଧରି ଓ୍ଵିପ୍ରୋର ନେତୃତ୍ୱ ନେବା ସହ ତାହାକୁ ସଫଳତାର ଶିଖରକୁ ପହଞ୍ଚାଇଥିଲେ । ଏହି ୫୩ ବର୍ଷରେ ସେ ଓ୍ଵିପ୍ରୋକୁ ଏକ ଖାଇବା ତେଲ କମ୍ପାନିରୁ ୮.୫ ବିଲିୟନ ଡଲାର ବିଶିଷ୍ଟ ଏକ ସଫ୍ଟଓ୍ଵାର କମ୍ପାନିରେ ପରିଣତ କରିଥିଲେ । ତାଙ୍କର ଇସ୍ତଫା ସହ ଏକ ଯୁଗର ଅବସାନ ଘଟିବ ।

ଅଜୀମ ପ୍ରେମଜୀଙ୍କ ସ୍ଥାନରେ ତାଙ୍କ ପୁଅ ରିସଦ ପ୍ରେମଜୀ କମ୍ପାନିର ନୂଆଏକଜକ୍ୟୁଟିଭ ଚେୟାରମ୍ୟାନ ହେବେ । ଏହାଛଡା ବର୍ତ୍ତମାନର ସିଇଓ ଆବିଦାଲି ନିମୁଚଓ୍ଵାଲା କମ୍ପାନିର ନୂଆ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ।

ସମ୍ବନ୍ଧିତ ଖବର