ଆମାଜନ୍‌ ଫାୟର ଟିଭି ଷ୍ଟିକ୍‌ ଆଲେକ୍ସା ଭଏସ୍‌ ରିମୋଟ ଟିଭି କଣ୍ଟ୍ରୋଲ ସହିତ ଉପଲବ୍ଧ ହେଉଛି,

ନୂଆଦିଲ୍ଲୀ : ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ପକ୍ଷରୁ ଫାୟାର ଟିଭି ଷ୍ଟିକ୍‌ ୪କେ ଏବଂ ଆଲେକ୍ସା ଭଏସ୍‌ ରିମୋଟ ଟିଭି କଂଟ୍ରୋଲ ସହିତ ଉପଲବ୍ଧ ହେଉଛି । ଫାୟାର ଟିଭି ଷ୍ଟିକ୍‌ ୪କେରେ ଶକ୍ତିଶାଳୀ ଷ୍ଟ୍ରିମିଂ, ଡୋଲବି ଭିଜନ ଏବଂ ଏଚଡିଆର୍‌-୧୦ ପ୍ଲସ୍‌ ବ୍ରିଲିଆଣ୍ଟ ପିକଚର କ୍ୱାଲିଟି ରହିଛି। ଏହା ଆଲେକ୍ସା ଭଏସ୍‌ ରିମୋଟ ଟିଭି କଂଟ୍ରୋଲ ସହିତ ଉପଲବ୍ଧ ହେଉଛି। ଏଥିରେ ପ୍ରାଇମ୍‌ ଭିଡ଼ଇସ, ହଟ୍‌ ଷ୍ଟାର, ନେଟ୍‌ ପିକ୍ସ୍‌, ଜି-୫ ସୋନୀ ଲିଭ୍‌ ଆଦି ଉପଲବ୍ଧ ହୋଇଛି । ଏହି ଅବସରରେ ଆମାଜନ ଫାୟାର ଟିଭି ଡିଭ ଉପସଭାପତି ମାର୍କ ହ୍ଵାଇଟେନ୍‌ କହିଲେ ,‘ ଆମେ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟିଭିରେ ୪କେ ସମାଧାନ ଉପଲବ୍ଧ କରାଉଛୁ। ଏଥିରେ ଶକ୍ତିଶାଳୀ ୮୦୨.୧୧ଏସି ୱାଇ-ଫାଇ, ୟୁଏଚଡି ଷ୍ଟ୍ରିମିଂ ସୁବିଧା ଆଦି ରହିଛି। ଏଥିରେ ଶକ୍ତିଶାଳୀ ଷ୍ଟ୍ରିମିଂ, ଡୋଲବି ଭିଜନ ଏବଂ ଏଚଡିଆର୍‌-୧୦ ପ୍ଲସ୍‌ ବ୍ରିଲିଆଣ୍ଟ ପିକଚର କ୍ୱାଲିଟି ରହିଛି ।

ଏହି ଅବସରରେ ଆମାଜନ ଡିଭାଇସ୍‌ ନିର୍ଦ୍ଦେଶକ ଜୟଶ୍ରୀ ଗୁରୁରାଜ କହିଲେ, ‘ ନୂଆ ଫାୟାର ଟିଭି ଷ୍ଟିକ ୪କେ ଗ୍ରାହକଙ୍କୁ ସେମାନଙ୍କର ପସନ୍ଦର କାଯର୍‌ୟକ୍ରମ ଦେଖିବାର ସୁଯୋଗ ପ୍ରଦାନ କରିବ। ୪କେ ଷ୍ଟିକ୍‌ ୮୦ ପ୍ରତିଶତ ଶକ୍ତିଶାଳୀ ଏଥିରେ ନୂଆ କ୍ୱାଡ କୋର୍‌, ୧.୭ ଜିଏଚଜେଡ୍‌ ପ୍ରୋସେସର୍‌,ଶକ୍ତିଶାଳୀ ଷ୍ଟ୍ରିମିଂ, ଡୋଲବି ଭିଜନ ଏବଂ ଏଚଡିଆର୍‌-୧୦ ପ୍ଲସ୍‌ ବ୍ରିଲିଆଣ୍ଟ ପିକଚର କ୍ୱାଲିଟି ରହିଛି। ଏହାର ପ୍ରି ଅର୍ଡର ନଭେମ୍ବର ୧୪ ଠାରୁ କରାଯାଇ ପାରିବ।

ସମ୍ବନ୍ଧିତ ଖବର