କ୍ଷୁଦ୍ର ଭାରତୀୟ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଡିଜିଟାଇଜ କରିବାକୁ ୧ ବିଲିୟନ୍‌ ଡଲାର୍‌ ବିନିଯୋଗ କରିବ ଆମାଜନ: ଜେଫ୍‌ ବେଜୋସ୍‌

ନୂଆଦିଲ୍ଲୀ: ଭାରତରେ କ୍ଷୁଦ୍ର ଓ ମଧ୍ୟମ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଡିଜିଟାଇଜ୍‌ କରିବାକୁ ଆମାଜନ୍‌ ୧ ବିଲିୟନ୍‌ ଆମେରିକୀୟ ଡଲାର୍‌ ବିନିଯୋଗ କରିବ ଏବଂ ୨୦୨୫ ସୁଦ୍ଧା ୧୦ ବିଲିୟନ୍‌ ଆମେରିକୀୟ ଡଲାର୍‌ ମୂଲ୍ୟର ଭାରତ ତିଆରି ସାମଗ୍ରୀ ରପ୍ତାନି କରିବ ବୋଲି ବୁଧବାର ଦିନ ଏହାର ପ୍ରତିଷ୍ଠାତା ଜେଫ୍‌ ଜେଫ୍‌ ବେଜୋସ୍‌ କହିଛନ୍ତି।

ଦିଲ୍ଲୀରେ କମ୍ପାନିର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ବେଜୋସ୍‌ ମଧ୍ୟ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଭାରତୀୟ ଶତାବ୍ଦୀ ହେବ ବୋଲି ତାଙ୍କର ମନେହୁଏ।

ବେଜୋସ୍‌ କହିଛନ୍ତି: ଗତିଶୀଳତା, ଶକ୍ତି ଓ ବିକାଶରେ ଏ ଦେଶରେ କିଛି ସ୍ୱତନ୍ତ୍ରତା ରହିଛି। ପୁଣ ଏହା ଏକ ଗଣତନ୍ତ୍ର ଦେଶ।

Image Source: NDTV Gadgets

ଭାରତରେ ୫. ୫ ବିଲିୟନ୍‌ ଡଲାର୍‌ ବିନିଯୋଗ କରିବାକୁ ପ୍ରତିବଦ୍ଧ ଆମାଜନ ଭାରତକୁ ଏକ ବର୍ଦ୍ଧିତ ମୁଖ୍ୟ ବାଣିଜ୍ୟ ପେଣ୍ଠ କରିବାକୁ ଚାହୁଁଛି।
ମାତ୍ରାଧିକ ରିହାତି ଏବଂ କେତେକ ନିର୍ଦ୍ଦିଷ୍ଟ ବିକ୍ରେତାଙ୍କ ସହ ବ୍ୟାବସାୟିକ ରାଜିନାମା ସମେତ ଏକାଧିକ ଅଭିଯୋଗରେ ଆମାଜନ୍‌ ବିରୋଧରେ ଭାରତୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ବେଜୋସ୍‌ଙ୍କ ଭାରତ ଗସ୍ତ ସମୟରେ ‘କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଅଧୀନରେ ଦେଶରେ ଥିବା ୩୦୦ ସହରର ବ୍ୟବସାୟୀମାନେ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର