ଖୁବ ଶୀଘ୍ର ଭାରତରେ ଅଡ଼ି ଲଞ୍ଚ କରିବାକୁ ଯାଉଛି ଇଲେକ୍ଟ୍ରିକ କାର, ଥରେ ଚାର୍ଜ କଲେ ଯିବ ୩୨୮ କିଲୋମିଟର

ନୂଆଦିଲ୍ଲୀ: ଜର୍ମାନୀର କାର ନିର୍ମାତା ଅଡି ଖୁବ ଶୀଘ୍ର ଭାରତରେ ଏହାର ଇଲେକ୍ଟ୍ରିକ୍ କାର ଲଞ୍ଚ କରିପାରେ | କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଅଡି ଆସନ୍ତା ଦୁଇ ତିନି ମାସ ମଧ୍ୟରେ ଭାରତରେ ଏହାର ଇଲେକ୍ଟ୍ରିକ କାର ଏସୟୁଭି ଇ-ଟ୍ରନ୍ ଏବଂ କ୍ରସଓଭର ଇ-ଟ୍ରନ୍ ସ୍ପୋର୍ଟବ୍ୟାକ୍ ଲଞ୍ଚ କରିବ। କମ୍ପାନୀ ଗତବର୍ଷ ଶେଷରେ ଇ-ଟ୍ରନ୍ ଲଞ୍ଚ କରିବାକୁ ଯୋଜନା କରିଥିଲା, କିନ୍ତୁ ମହାମାରୀ କରୋନା ଯୋଗୁଁ ଏହି ଯୋଜନାକୁ ପରିବର୍ତ୍ତନ କରିବାକୁ ପଡିଥିଲା |

ଆଉ ବର୍ତ୍ତମାନ ଇ-ଟ୍ରନ୍ ର ଦୁଇଟି ମଡେଲ ଲଞ୍ଚ କରିବାକୁ ଯୋଜନା କରାଯାଇଛି। ଅଡି ଇଣ୍ଡିଆର ମୁଖ୍ୟ ବଲବୀର ସିଂ ଧିଲନ୍ ପିଟିଆଇକୁ କହିଛନ୍ତି ଯେ, “ଆମେ ଭାରତରେ ଇ-ଟ୍ରନ୍ ରେଞ୍ଜ ଲଞ୍ଚ କରିବାକୁ ଯାଉଛୁ। ଏହା କେବଳ ଗୋଟିଏ ମଡେଲ୍ ନୁହେଁ ବରଂ ଆମେ ଦୁଇଟି ମଡେଲ୍ – ‘ଇ-ଟ୍ରନ୍’ ଏବଂ ‘ଇ-ଟ୍ରନ୍ ସ୍ପୋର୍ଟବ୍ୟାକ’ ଲଞ୍ଚ କରିବାକୁ ଯାଉଛୁ। ସୂଚନା ଥାଉ କି ସର୍ବଭାରତୀୟ ସ୍ତରରେ ଅଡି ଏକ ପାଞ୍ଚ ବର୍ଷିଆ ଯୋଜନା ଘୋଷଣା କରିଛି ଯେଉଁଥିରେ ୩୦ଟି ବୈଦ୍ୟୁତିକ କାର ଲଞ୍ଚ ହେବ। ଅଡ଼ି ଇ-ଟ୍ରନ୍ ବାବଦରେ କହିବାକୁ ଗଲେ ମାତ୍ର ୬ ସେକେଣ୍ଡରେ ଏହା ଘଣ୍ଟା ପ୍ରତି ୦-୧୦୦ ବେଗରେ ଯାଇପାରିଥାଏ |

ଏହା ସହ ଏଥିରେ ୯୫ କିଲୋୱାଟର ବ୍ୟାଟେରୀ ଥିବାବେଳେ ଥରେ ଚାର୍ଜ କଲେ ୩୨୮ କିଲୋମିଟର ଦୂରତା ଯାଇଥାଏ | କାରର ମୂଲ୍ୟ ବାବଦରେ ଘୋଷଣା ହୋଇନଥିଲେ ବି ଏହାର ମୂଲ୍ୟ ୧.୪୦ କୋଟି ରହିବ ବୋଲି କୁହାଯାଉଛି |

ସମ୍ବନ୍ଧିତ ଖବର