ବଜାଜ୍‌ର ନୂଆ ପ୍ଲାଟିନା, ସିଟି-୧୧୦

ଭୁବନେଶ୍ବର: ବଜାଜ୍ ଅଟୋ ପକ୍ଷରୁ ନୟାପଲ୍ଲୀରେ ଥିବା ଭାରତ ବଜାଜ ସୋ’ରୁମ୍‌ରେ ଏହାର ନୂଆ ପ୍ଲାଟିନା ୧୧୦ ଏଚ୍‌-ଗିୟର ଓ ସିଟି-୧୧୦କୁ ଉନ୍ମୋଚନ କରାଯାଇଛି। କଂପାନିର ଆଞ୍ଚଳିକ ପ୍ରବନ୍ଧକ ସଦାନନ୍ଦ ସ୍ବାମୀ, ଭାରତ ବଜାଜର ଏମ୍‌ଡି ସୁଶାନ୍ତ ମହାରଣା, ମହାପ୍ରବନ୍ଧକ ସୋମନାଥ ଦାଶ ଓ ଏଲ୍‌ଆଣ୍ଡ୍‌ଟି ଫାଇନାନ୍ସର ଶିବଦତ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଦୁଇ ନୂଆ ବାଇକ୍‌କୁ ଉନ୍ମୋଚନ କରାଯାଇଛି। ନୂଆ ପ୍ଲାଟିନା ୧୧୦ ଏଚ୍‌-ଗିୟରରେ ପ୍ରଥମ ଥର ପାଇଁ ଡିଜିଟାଲ୍ କନ୍‌ସୋଲ୍ ବ୍ୟବହାର କରାଯାଇଥିବା ବେଳେ ରାଜପଥରେ ଯାଉଥିବା ବେଳେ ଅଧିକ ଶକ୍ତି ପ୍ରଦାନ କରିବା ଲାଗି ଏଥିରେ ରହିଛି ସ୍ବତନ୍ତ୍ର ଏଚ୍‌-ଗିୟର୍। ଏହାର ଏକ୍ସ ସୋ’ରୁମ୍ ଦର ୫୬,୪୩୪ ଟଙ୍କାରୁ ଆରମ୍ଭ ହୋଇଛି। ସେହିପରି ଖରାପ ରାସ୍ତାରେ ଆରାମଦାୟକ ବାଇକ୍ ଚାଳନା ଅନୁଭୂତି ପ୍ରଦାନ କରିବା ଲାଗି ସିଟି ୧୧୦କୁ ପ୍ରସ୍ତୁତ କରାଯାଇଛି। ଏହାର ଏକ୍ସ ‌ସୋ’ରୁମ୍ ଦର ୪୫,୫୦୪ ଟଙ୍କା ରହିଛି।

ସମ୍ବନ୍ଧିତ ଖବର