ଗତ ଆର୍ଥିକ ବର୍ଷରେ ହୋଇଛି ମୋଟ ୬୮୦୦ ଟି ବ୍ୟାଙ୍କ ଠକେଇ, ମୋଟ କ୍ଷତି ୭୧,୬୦୦ କୋଟି

ନୂଆଦିଲ୍ଲୀ : ଗତ ୨୦୧୮-୧୯ ଆର୍ଥକ ବର୍ଷରେ ସାରା ଦେଶରେ ମୋଟ ୬୮୦୦ଟି ବ୍ୟାଙ୍କ ଠକେଇ ସାମନାକୁ ଆସିଛି । ଏହି ଠକେଇଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୭୧,୫୦୦ କୋଟି ଟଙ୍କା ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି । ଏହାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୧୭-୧୮ରେ ୪୧,୧୬୭ କୋଟି ଟଙ୍କା ମୂଲ୍ୟର ମୋଟ ୫୯୧୬ ଟି ବ୍ୟାଙ୍କ ଠକେଇ ମାମଲା ଜଣାପଡିଥିଲା ।

ଗତ ୧୧ ବର୍ଷରେ ମୋଟ ୫୩,୩୩୪ ଟି ବ୍ୟାଙ୍କ ଠକେଇ ମାମଲା ସାମନାକୁ ଆସିଛି । ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ । କୌଣସି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଏକ ବ୍ୟାଙ୍କଠକେଇ ସମ୍ପର୍କରେ ସୂଚୀତ କରିବା ପୂର୍ବରୁ ତାହାର ଏକ ଅଭିଯୋଗ ପୁଲିସ, ସିବିଆଇ, ଇଡି ଆଦି ନିକଟରେ କରିବା ଆବଶ୍ୟକ । ଗତ ବର୍ଷ ପଂଜାବ ନ୍ୟାସନାଲ ବ୍ୟାଙ୍କରେ ପ୍ରାୟ ୧୩ ହଜାର କୋଟି ଟଙ୍କାର ଏକ ବଡ଼ ଠକେଇ ଜଣାପଡିଥିଲା । ଏହି ମାମଲାରେ ଦୁଇ ଅଭିଯୁକ୍ତ ନିରବ ମୋଦି ଓ ମେହୁଲ ଚୋକସୀ ଏବେ ଫେରାର ଅଛନ୍ତି ।

ସମ୍ବନ୍ଧିତ ଖବର