ମାର୍ଚ୍ଚ ୧୫ ଓ ୧୬ରେ ବ୍ୟାଙ୍କ ଧର୍ମଘଟ, କ୍ରମାଗତ ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ନେଇ କୃଷକ ୟୁନିୟନମାନଙ୍କ ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୁଦ୍ଧରେ ଧର୍ମଘଟ ଡକରା ଦେଇଛନ୍ତି ବ୍ୟାଙ୍କ ୟୁନିୟନ । ମାର୍ଚ୍ଚ ୧୫ ଓ ୧୬ ତାରିଖରେ ସାରା ଦେଶରେ ବ୍ୟାଙ୍କ ସେବା ବନ୍ଦ କରି ଧର୍ମଘଟ କରିବାକୁ ବ୍ୟାଙ୍କ ୟୁନିୟନମାନେ ଘୋଷଣା କରିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ବଜେଟରେ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଘରୋଇକରଣ କରାଯିବ ବୋଲି ଘୋଷଣା କରିଥିଲେ । ଏହା ସହିତ ଏହାକୁ ବ୍ୟାଙ୍କ ୟୁନିୟନମାନେ ତୀବ୍ର ବିରୋଧ କରୁଛନ୍ତି । ଏଥିପାଇଁ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୬ ଓ ୧୬ରେ ବ୍ୟାଙ୍କ ଧର୍ମଘଟ ଡକରା ଦିଆଯାଇଛି ।

ତେବେ ଏହି ଦୁଇଦିନ ଧର୍ମଘଟ ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ ମାର୍ଚ୍ଚ ୧୫ ଓ ୧୬ ସୋମବାର ଓ ମଙ୍ଗଳବାର ପଡ଼ୁଛି । ଏହାର ପୂର୍ବ ଦୁଇଦିନ ଅର୍ଥାତ ୧୩ ଓ ୧୪ ତାରିଖ ହେଉଛି ୨ୟ ଶନିବାର ଓ ରବିବାର । ଏଣୁ ଏହି ଦୁଇଦିନ ବ୍ୟାଙ୍କ ସ୍ବାଭାବିକ ଭାବେ ବନ୍ଦ ରହେ । ଫଳରେ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ସେହିପରି ମାର୍ଚ୍ଚ ୧୧ ତାରିଖ ମହାଶିବରାତ୍ରୀ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । କେବଳ ମାର୍ଚ୍ଚ ୧୨ (ଶୁକ୍ରବାର) ଦିନ ବ୍ୟାଙ୍କ ଖୋଲା ରହିବ ।

ସମ୍ବନ୍ଧିତ ଖବର