ବିଏସ୍‌ଏନ୍‌ଏଲ୍‌ ଲଞ୍ଚ୍‌ କଲା ୭୫ଟଙ୍କାର ପ୍ଲାନ୍‌, ମିଳିବ ଅସୀମିତ କଲ୍‌ ଓ ୧୦ଜିବି ଡାଟା

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ୍‌କୁ ଟକ୍କର ଦେବା ପାଇଁ ଏକ ନୂଆ ଧମାକାଦାର ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ କରିଛି। ଗ୍ରାହକଙ୍କୁ ୭୫ଟଙ୍କାର ଏହି ପ୍ଲାନ୍‌ରେ ଡାଟା ଓ ଭଏସ୍‌ କଲର ସୁବିଧା ପାଇ ପାରିବେ। ଏହି ପ୍ଲାନ୍‌ର ୧୫ଦିନ ଅବଧି ଥିବା ସହିତ ୧୦ଜିବି ଡାଟା ମିଳିବ। ଏତଦ୍‌ବ୍ୟତୀତ ୧୫ଦିନ ପାଇଁ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ ଓ ୫୦୦ ଏସଏମଏସ୍‌ର ସୁବିଧା ବି ଗ୍ରାହକଙ୍କୁ ମିଳି ପାରିବ।

ବିଏସ୍‌ଏନ୍‌ଏଲ୍‌ ଉପଭୋକ୍ତା ଅତିରିକ୍ତ ଚାର୍ଜ ଦେଇ ଏହି ପ୍ଲାନ୍‌ର ବୈଧତା ୯୦ କିମ୍ବା ୧୮୦ଦିନ ପର୍ଯ୍ୟନ୍ତ ବୃଦ୍ଧି କରି ପାରିବେ। ଏହି ପ୍ଲାନ୍‌ ବର୍ତ୍ତମାନ ମୁମ୍ବାଇ ଓ ଦିଲ୍ଲୀ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ପରେ ଅନ୍ୟ ସର୍କଲରେ ଜାରି ହେବ। ଏହି ପ୍ଲାନ୍‌ର ବୈଧତା ବଢ଼ାଇବା ପାଇଁ ୯୮ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ରିଚାର୍ଜ ପରେ ଗ୍ରାହକ ଏହି ପ୍ଲାନର ଫାଇଦା ୯୦ଦିନ ପର୍ଯ୍ୟନ୍ତ ପାଇ ପାରିବେ। ନିକଟରେ କମ୍ପାନି ୭୪ଦିନର ବୈଧତା ଥିବା ୩୯୯ଟଙ୍କାର ପ୍ଲାନ୍‌ ଲଞ୍ଚ୍‌ କରିଥିଲା।

ସମ୍ବନ୍ଧିତ ଖବର