ଗତ ‌ଆର୍ଥିକ ବର୍ଷରେ ଦେଶରେ ବ୍ୟାଙ୍କ ଠକେଇ ବଢ଼ିଛି ୭୫%

ନୂଆଦିଲ୍ଲୀ : ଗତ ‌ଆର୍ଥିକ ବର୍ଷ (୨୦୧୮-୧୯)ରେ ବ୍ୟାଙ୍କ ଠକେଇରେ ୭୪% ବୃଦ୍ଧି ଘଟିଥିଲା। ସେହିବର୍ଷ ୭୧,୫୪୩ କୋଟି ଟଙ୍କାର ଠକେଇ ହୋଇଥିଲା ବୋଲି ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୧୭-୧୮ରେ ୪୧,୧୬୭ କୋଟି ଟଙ୍କାର ଠକେଇ ହୋଇଥିଲା।

ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ସରକାରୀ ବ୍ୟାଙ୍କଗୁଡ଼ିକରେ ଅଧିକ ଠକେଇ ହୋଇଥିଲା। ମୋଟ ଠକେଇର ୫୫.୪% ସରକାରୀ ବ୍ୟାଙ୍କରେ ହୋଇଥିଲା। ମାତ୍ର ଠକେଇ ସହତ ଜଡ଼ିତ ଟଙ୍କାକୁ ବିଚାରକୁ ନେଲେ ସରକାରୀ ବ୍ୟାଙ୍କରେ ୯୦.୨% ଠକେଇ ହୋଇଥିବା କୁହାଯାଇପାରିବ। ଠକେଇକୁ ନେଇ ଯେଉଁ ମାମଲା ରୁଜୁ କରାଯାଏ ସେଥିରେ ବୃଦ୍ଧି ଘଟିଥିଲା। ୨୦୧୭-୧୮ରେ ବ୍ୟାଙ୍କ ଠକେଇକୁ ନେଇ ୫୯୧୬ଟି ମାମଲା ଦାୟର କରାଯାଇଥିଲା। ୨୦୧୮-୧୯ରେ ସେହି ସଂଖ୍ୟା ୬୮୦୧କୁ ବୃଦ୍ଧି ପାଇଥିଲା। ସରକାରୀ ବ୍ୟାଙ୍କଗୁଡ଼ିକର ଠକେଇ ସଂଖ୍ୟା ୯୧.୬% ବଢ଼ିଥିବା ବେଳେ ଘରୋଇ କ୍ଷେତ୍ର ବ୍ୟାଙ୍କରେ ୩୦.୭% ଓ ବିଦେଶୀ ବ୍ୟାଙ୍କରେ ୧୧.୨% ବଢ଼ିଛି। କାର୍ଡ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ୭୧ କୋଟି ଟଙ୍କାର ଠକେଇ ହୋଇଥିଲା ଯେଉଁଥି ପାଇଁ ବ୍ୟାଙ୍କଗୁଡ଼ିକ ୧୮୬୬ଟି ମାମଲା ଦାୟର କରିଥିଲେ ବୋଲି ରିଜର୍ଭ ବ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର