ଧାରା ୩୭୦ ଉଚ୍ଛେଦ ହେବା ପୂର୍ବଦିନ ମାଙ୍ଗାଲୁରୁ ଫୋନ କରି ପୂଜାରୀଙ୍କୁ ଏହି ହୋମ କରିବାକୁ କହିଥିଲେ ନିର୍ମଳା ସୀତାରମଣ

ମାଙ୍ଗାଲୁରୁ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବଦିନ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ମାଙ୍ଗାଲୁରୁକୁ ଫୋନ କରିଥିଲେ ବୋଲି ଜଣାପଡ଼ିଛି । ମାଙ୍ଗାଲୁରୁରେ ଥିବା ମୁକ୍କାବିଙ୍କା ମନ୍ଦିରର ପୂଜାରୀଙ୍କୁ ସେ ଏକ ସ୍ୱତନ୍ତ୍ର ପୂଜା କରିବା ପାଇଁ କହିଥିଲେ । ଅର୍ଥମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୂଜାରୀମାନେ ପୂଜା କରିବା ସହ ପ୍ରସାଦ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହମନ୍ତ୍ରୀ ଅମିତ୍‌ ଶାହା ଓ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରର ପ୍ରସାଦ ପାଇଥିଲେ  ।

आर्टिकल 370 हटाने से ठीक पहले पीएम मोदी ने कराई थी 'स्पेशल पूजा'
navbharattimes.indiatimes.com

ମୁକ୍କାବିଙ୍କା ମନ୍ଦିରର ପୂଜାରୀ କେ.ଏନ୍‌ ସୁବ୍ରମଣ୍ୟମ୍‌ ଅଡିଗାଙ୍କ କହିବା ଅନୁଯାୟୀ, ନିର୍ମଳାଜୀ ପୂଜାଟି ଦେଶ ଓ ଦେଶବାସୀଙ୍କ ପାଇଁ ହେବା ଦରକାର ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିବେଦନ କରାଯିବା ପ୍ରଥମ । ପ୍ରଥମେ ପୂଜା କରିବାର କାରଣ ଆମକୁ ଜଣା ନଥିଲା । କିନ୍ତୁ ପରେ ଧାରା ୩୭୦ ଉଚ୍ଛେଦ ପାଇଁ ପୂଜା କରାଯାଉଥିବା ଜାଣିବାକୁ ପାଇଥିଲୁ । ନିର୍ମଳାଜୀଙ୍କ କହିବା ପରେ ଆମେ ଚନ୍ଦ୍ରିକା ହୋମ କରିଥିଲୁ, ଯାହା ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।

ସମ୍ବନ୍ଧିତ ଖବର