ଶସ୍ତା ହେଲା ଡାଇବେଟିସ୍ ଔଷଧ, ଆଣ୍ଟିଭାଇରାଲ୍‌

ନୂଆଦିଲ୍ଲୀ: ଦେଶରେ ସାଧାରଣରେ ବ୍ୟବହାର ହେଉଥିବା କେତେକ ଲୋକପ୍ରିୟ ଔଷଧର ମୂଲ୍ୟ ହ୍ରାସ ପାଇଛି। ଡାଇବେଟିସ୍‌ ରୋଗୀମାନେ ବ୍ୟବହାର କରୁଥିବା ଔଷଧ ଶସ୍ତା ହୋଇଥିବା ବେଳେ ଯକ୍ଷ୍ମା, ଏଚ୍‌ଆଇଭି ଓ ହେପାଟାଇଟିସ୍‌ ସି ଭଳି ରୋଗୀଙ୍କ ପାଇଁ ପେଟେଣ୍ଟେଡ୍‌ ଆଣ୍ଟିଭାଇରାଲ୍ ମୂଲ୍ୟ ହ୍ରାସ ପାଇଛି। କ‌ଣ୍ଡୋମ୍ ଦାମ୍ ମଧ୍ୟ ହ୍ରାସ ପାଇବ ବୋଲି ଜଣାପଡ଼ିଛି।

କେନ୍ଦ୍ର ସରକାର ଅତ୍ୟବଶ୍ୟକ ଔଷଧର ଜାତୀୟ ତାଲିକା (ଏନ୍‌ଏଲ୍‌ଇଏମ୍‌) ଜାରି କରିଛନ୍ତି। ନୂତନ ତାଲିକା ଅନୁସାରେ ଟାଇବେଟିସ୍‌ ରୋଗୀମାନେ ବ୍ୟବହାର କରୁଥିବା ଔଷଧ ଟେନେଲିଗ୍ଲିପ୍‌ଟିନ୍, ଇନ୍‌ସୁଲିନ୍ ଗ୍ଲାରଜିନ୍ ଇଞ୍ଜେକ୍ସନ ଏବଂ ଆଣ୍ଟିବାୟୋଟିକ୍ ଔଷଧ ମେରୋାପେନେମ୍ ଓ ସେଫୁରୋଜାଇମ୍‌ ମୂଲ୍ୟ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର