କପେ କଫିର ମୂଲ୍ୟ ୬୫ ହଜାର!

ଜାପାନ ଅନ୍ତର୍ଗତ ଓସାକାରେ ଥିବା ଛୋଟିଆ କଫି ହାଉସ୍‌ ‘ମନ୍‌ଚ’ରେ ଗ୍ରାହକଙ୍କୁ ପରିବେଷଣ କରାଯାଉଥିବା କପେ କଫିର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ପଞ୍ଚଷଠି ହଜାର ଟଙ୍କା। ଏହି କଫିର ବିଶେଷତ୍ବ ହେଉଛି, ଯେଉଁ କଫି ବିନ୍‌ ବା କଫି ମଞ୍ଜିରୁ ଏହା ପ୍ରସ୍ତୁତ କରାଯାଉଛି, ତାହା ବାଇଶ ବର୍ଷ ପୁରୁଣା। ‘ମନ୍‌ଚ’ର ମାଲିକ ଯିଏ, ପରିବେଷଣକାରୀ ମଧ୍ୟ ସିଏ। ତାଙ୍କ ନାମ କା˚ଜି ଟାନାକା। ସେ କଫି ମଞ୍ଜିକୁ ଓକ୍‌ ଗଛର କଞ୍ଚା ଗଣ୍ତିରୁ ପ୍ରସ୍ତୁତ ଡବାରେ ବନ୍ଦ କରିରଖୁଛନ୍ତି। କୋଡ଼ିଏ ବର୍ଷ ପରେ ତାହା ବାହାରକରି, ଭାଜି ଓ ଗୁଣ୍ତ କରି କଫି ପ୍ରସ୍ତୁତ କରୁଛନ୍ତି। କପେ କଫି ପ୍ରସ୍ତୁତ ହେବାକୁ ଲାଗୁଛି ଅଧ ଘଣ୍ଟା। ଏହାର ସ୍ବାଦ ନିଆରା ବୋଲି ପ୍ରକାଶ। ତେବେ, ନିହାତି ଦୁର୍ମୂଲ୍ୟ ହୋଇଥିବାରୁ ତାଙ୍କର ଗ୍ରାହକଙ୍କ ସ˚ଖ୍ୟା ମଧ୍ୟ ଅତି ସୀମିତ।

ସମ୍ବନ୍ଧିତ ଖବର