ଇଡି ଜବତ କରିଛି ୯ ହଜାର କୋଟି କଳାଧନ

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୯ ହଜାର କୋଟିର କଳାଧନ ଜବତ କରିଛି। ଏଥିସହିତ ଫେମା ଓ ପିଏମ୍‌ଏଲ୍‌ଏ ଆଇନ ଅଧୀନରେ ଇଡି ୩୭୦୦ ମାମଲା ରୁଜୁ କରିଛି। ଏଥିସହିତ ହଜାରେ ଜାଲ୍‌ (ସେଲ୍‌) କମ୍ପାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିମୁଦ୍ରାକରଣ ପରେ ଇଡିର କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଇଛି। ଯାଞ୍ଚରେ ୧୫୮ ପ୍ରତିଶତ ବୃଦ୍ଧି ଘଟି ୧୧୫୨ରେ ପହଞ୍ଚିଛି। ସେହିଭଳି ଜବତ ସମ୍ପତ୍ତି ୭୧୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୪୯୬ କୋଟିରେ ପହଞ୍ଚିଛି। ଡାଟା ଆନାଲିସିସ୍‌କୁ ଉପଯୋଗ କରି ଏହି କଳାଧନ ସବୁ ଠାବ କରାଯାଇଛି।

ସମ୍ବନ୍ଧିତ ଖବର