ସହରର କେଉଁ ଅଞ୍ଚଳରେ ରାସ୍ତା ଜାମ୍‌ ରହିଛି ତାହା ଜଣାଇବ ଫେସ୍‌ବୁକ୍‌ ଏବଂ ହ୍ଵାଟ୍‌ସଆପ୍‌, ଜାଣନ୍ତୁ କିପର…

ଏହ୍ଲାବାଦ୍‌: ଆଜିକାଲି ଟ୍ରାଫିକ ସମସ୍ୟା ଯୋଗୁଁ ରାସ୍ତା ଜାମ୍‌ ରହିବା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ଲୋକସଂଖ୍ୟା ବଢ଼ିବା ସହ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ପ୍ରତି ୫୦୦ମିଟର ପରେ ରାସ୍ତା ଜାମ୍‌ ରହୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଲୋକମାନଙ୍କୁ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବିଳମ୍ବ ହେଉଛି ।
ଟିକେ ଭାବନ୍ତୁ ତ’ ଆପଣ ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବା ପରେ ଯେଉଁ ରାସ୍ତା ଦେଇ ଆପଣଙ୍କୁ ଯିବାର ଅଛି ସେ ରାସ୍ତାର କେଉଁଠି ଜାମ୍‌ ରହିଛି ଯଦି ତାହା ଫେସ୍‌ବୁକ୍‌ ସୂଚାଇ ଦିଏ ତେବେ ଆପଣଙ୍କୁ ଜାମ୍‌ରେ ଫସିବାକୁ ପଡ଼ିବ ନାହିଁ । ଆପଣ ଅଲଗା ବାଟ ଦେଇ ଖୁବ୍‌ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ଭାବନ୍ତୁ ଯଦି ଏଭଳି ସୁବିଧା ଆପଣଙ୍କୁ ଫେସ୍‌ବୁକ୍‌ ଏବଂ ହ୍ଵାଟ୍‌ସଆପ୍‌ ମାଧ୍ୟମରେ ମିଳିଯାଏ ତେବେ ଆପଣଙ୍କୁ କେତେ ସୁବିଧା ମିଳିବ । ଏଭଳି ଏକ ନୂଆ ଚିନ୍ତାଧାରା ନେଇ ଆସିଛନ୍ତି ଟ୍ରାଫିକ୍‌ ପୁଲିସ । ଟ୍ରାଫିକ୍‌ ପୁଲିସ ସୋସିଆଲ ନେଟ୍‌ଓ୍ଵାର୍କିଂ ସାଇଟ୍‌କୁ ଟ୍ରାଫିକ୍‌ ଅପ୍‌ଡ଼େଟ୍‌ ଦେବାର ପ୍ଲାଟ୍‌ଫର୍ମ ବନାଇବାକୁ ଯାଉଛି । ଲୋକମାନେ ଫେସ୍‌ବୁକ୍‌ ଏବଂ ହ୍ଵାଟ୍‌ସଆପ୍‌କୁ ଅଧିକମାତ୍ରାରେ ବ୍ୟବହାର କରୁଥିବାରୁ ଟ୍ରାଫିକ୍‌ ପୁଲିସ ଏହି ଦୁଇଟି ଆପ୍‌କୁ ଟ୍ରାଫିକ୍‌ର ଅପଡ଼େଟ୍‌ ଦେବାର ମାଧ୍ୟମ ଭାବେ ବାଛିଥିବା ଜଣା ପଡ଼ିଛି । ଏପରି କରିବା ଦ୍ୱାରା ରାସ୍ତାରେ ହେଉଥିବା ଜାମ୍‌ ସମସ୍ୟା କମ ହୋଇ ପାରିବ ବୋଲି ଟ୍ରାଫିକ୍‌ ପୁଲିସ ଆଶା କରିଛି । ପ୍ରଥମେ ଏହାକୁ ଏହ୍ଲାବାଦ୍‌ ସହରରେ ଆରମ୍ଭ କରାଯିବା ସହ ଧିରେ ଧିରେ ଏହା ଅନ୍ୟ ସହରକୁ ସଂପ୍ରସାରଣ କରାଯିବ ।

BBC

ସୂଚନା ମୁତାବକ, ସୋସିଆଲ ସାଇଟରେ ଏହ୍ଲାବାଦ୍‌ ଟ୍ରାଫିକ୍‌ ନାମରେ ଫେସ୍‌ବୁକ୍‌ ପେଜ୍‌, ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଏବଂ ଟ୍ଵିଟର ଆକାଉଣ୍ଟ ତିଆରି କରାଯିବ । ଏବସୁ ଗ୍ରୁପ୍‌ର ଲିଙ୍କ୍‌ ସୋସିଆଲ ମିଡ଼ିଆରେ ସେୟାର କରାଯିବା ସହ ଲୋକମାନଙ୍କୁ ଏଥିରେ ଯୋଡ଼ାଯିବ । ଲିଙ୍କ୍‌ ଉପରେ କ୍ଲିକ୍‌ କରି ଲୋକମାନେ ଏହ୍ଲାବାଦ୍‌ ଟ୍ରାଫିକ୍‌ ଯୋଡ଼ି ହେବା ପରେ ସେମାନଙ୍କୁ ଟ୍ରାଫିକ୍‌ ଅପ୍‌ଡ଼େଟ୍‌ ମିଳିବା ଆରମ୍ଭ ହୋଇଯିବ ।

ସମ୍ବନ୍ଧିତ ଖବର