ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଡାଉନ୍‌

ନୂଆଦିଲ୍ଲୀ: ‌ବିଶ୍ବର ପ୍ରମୁଖ ସୋସିଆଲ୍ ମିଡିଆ ଫେସବୁକ୍ କିଛି ସମୟ ପାଇଁ ଅଚଳ ହୋଇପଡ଼ିଥିଲା। ଫେସବୁକ୍ ମାଲିକାନାରେ ଥିବା ଇନଷ୍ଟାଗ୍ରାମ୍ ମଧ୍ୟ ସେଭଳି ସମସ୍ୟା ଭୋଗିଥିଲା। ବିଶ୍ବର ଅନେକ ସ୍ଥାନରେ ବ୍ୟବହାରକାରୀମା‌ନେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଡାଉନ୍ ଥିବା ସୂଚନା ଦେଇଛନ୍ତି। ବ୍ୟବହାରକାରୀମାନେ ଫେସବୁକ୍‌ରେ କିଛି ଅପ୍‌ଡେଟ୍‌ କରିପାରିନଥିଲେ। ଭାରତ, ଆମେରିକା, ବ୍ରିଟେନ୍, ନେଦରଲ୍ୟାଣ୍ଡ୍‌, ପୋଲାଣ୍ଡ୍‌ର ବ୍ୟବହାରକାରୀମାନେ ଏହି ଅସୁବିଧା ସାମ୍ନା କରିଛନ୍ତି। ଭାରତରେ ଇନଷ୍ଟାଗ୍ରାମ୍ ଠିକ୍‌ଠାକ୍ ଚାଲିଥିଲା।

ସମ୍ବନ୍ଧିତ ଖବର