ଏଫ୍‌ ଆଣ୍ଡ୍‌ ଡିର ସିନେମାଟିକ୍‌ ସାଉଣ୍ଡ ଯୁକ୍ତ ଏଫ୍‌-୬୦୦୦-ଏକ୍ସ ସ୍ପିକର, ଘରେ ସିନେମା ହଲ ପରି ସରାଉଣ୍ଡ ସୃଷ୍ଟି କରନ୍ତୁ

ନୂଆଦିଲ୍ଲୀ : ଅଡ଼ିଓ ଉତ୍ପାଦ ନିର୍ମାଣକାରୀ କମ୍ପାନୀ ଏଫ୍‌ ଆଣ୍ଡ ଡି ପକ୍ଷରୁ ଏପ୍‌-୬୦୦୦-ଏକ୍ସ ସ୍ପିକରର ବଜାର ପ୍ରବେଶ କରାଯାଇଛି। ଏହାର ମୂଲ୍ୟ ୧୪,୯୯୦ ଟଙ୍କା ରହିଛି। ଏହା ସିନେମାଟିକ୍‌ ସାଉଣ୍ଡ ସୃଷ୍ଟି କରିବାକୁ ସକ୍ଷମ। ଏଥିରେ ଗ୍ରେଟ୍‌ ମିଡ୍‌ ରେ୍‌, ଭଏସ୍‌ ବାଲାନ୍ସ୍‌, ଡାଇନାମିକ୍‌ ଡିଜାଇନିଂ ଆଦି ବୈଶିଷ୍ଟ୍ୟ ରହିଛି।  ଏହା ସ୍ଲିପ୍‌ ଫଙ୍କସନ୍‌କୁ ସପୋର୍ଟ କରିଥାଏ। ଏଥିରେ ଏଲଇଡି ସବଉଫର ଡିସପ୍ଲେ ରହିଛି। ଏହା ୫.୧ ସରାଉଣ୍ଡ ସାଉଣ୍ଡ ସୃଷ୍ଟି କରିବାକୁ ସକ୍ଷମ। ଏହା ୧୩୫ ୱାଟ୍‌ ପାୱାର ଯୁକ୍ତ। ଏଥିରେ ୩ ଇଂଚ ଫୁଲ୍‌ ରେ୍‌ ଡ୍ରାଇଭର,୮ ଇଂଚ ବାସ୍‌ ଡ୍ରାଇଭର୍‌ ରହିଛି। ଏହା ବ୍ଲୁଟୁଥ୍‌କୁ ସପୋର୍ଟ କରିଥାଏ। ଏଥିରେ ୧୫ ଏମ୍‌ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ।  ଏଥିରେ ୟୁଏସ୍‌ବି/ ଏସଡି କାର୍ଡ, ଟିଭି, ଡିଭିଡି,/ଏମପି-୩ ପ୍ଲେୟାର, ପିସି ଏବଂ ମଲ୍ଟିମିଡ଼ିଆ ଡିଭାଇସ୍‌ ସଂଯୋଗ କରିହୋଇଥାଏ।

ଏଥିରେ ୧୦୦ ଷ୍ଟେଶନଯୁକ୍ତ ଏଫଏମ ରେଡିଓ ରହିଛି। ଏହା ରିମୋର୍ଟର ନ୍ୟୁମେରିକ୍‌ କି ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।  ଫେଣ୍ଡା ଆପ୍‌ ଦ୍ୱାରା ଏହାକୁ ସ୍ମାର୍ଟଫୋନ୍‌ ଦ୍ୱରା ପରିଚାଳିତ କରି ହୋଇଥାଏ। ଏହି ଆପ୍‌କୁ ଗୁଗୁଲ୍‌ ଷ୍ଟୋରରୁ ଡାଉନଲୋଡ୍‌ କରାଯାଇପାରିଥାଏ। ଏହା ଭାରତବ୍ୟାପି ସମସ୍ତ ଅଗ୍ରଣୀ ଷ୍ଟୋରରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର