‘ବିମୁଦ୍ରାୟନ’କୁ ପୂରିଲା ପାଞ୍ଚ ବର୍ଷ: ‘ଡିଜିଟାଲ୍‌ ପେମେଣ୍ଟ୍‌’ ବ୍ୟବସ୍ଥା ସତ୍ତ୍ବେ ୬୪% ବୃଦ୍ଧି ପାଇଛି ନଗଦ ଅର୍ଥ କାରବାର

ନୂଆଦିଲ୍ଲୀ: ‘ବିମୁଦ୍ରାୟନ’କୁ ପାଞ୍ଚ ବର୍ଷ ପୂରିବା ସହ ‘ଡିଜିଟାଲ୍‌ ପେମେଣ୍ଟ୍‌’ ବ୍ୟବସ୍ଥା ସତ୍ତ୍ବେ ୨୦୨୧ ଅକ୍ଟୋବର ୨୯ ସୁଦ୍ଧା ଦେଶରେ ନଗଦ ଅର୍ଥ କାରବାର ମୂଲ୍ୟ ୬୪% ବୃଦ୍ଧି ପାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ସୂତ୍ରରୁ ଜଣାପଡ଼ିଛି।

ସ୍ମରଣଯୋଗ୍ୟ, କଳାଟଙ୍କା କାରବାର ରୋକିବାକୁ ୨୦୧୬ ଡିସେମ୍ବର ୮ ତାରିଖ ଦିନ ସରକାର ହଠାତ୍ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ଅଚଳ ଘୋଷଣା କରିଥିଲେ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରିଲିଜ୍‌ କରିଥିବା ତଥ୍ୟ ଅନୁସାରେ, ୨୦୧୬ ନଭେମ୍ବର ୪ ତାରିଖରୁ ଆରମ୍ଭ କରି ୨୦୨୧ ଅକ୍ଟୋବର ୨୯ ତାରିଖ ସୁଦ୍ଧା ମୂଲ୍ୟ ଆଧାରରେ ସମ୍ପ୍ରତି କାରବାର ହେଉଥିବା ନୋଟ୍‌ ୧୭.୭୪ ଲକ୍ଷ‌ କୋଟିରୁ ୨୯.୧୭ କୋଟି ଟଙ୍କା ବା ୬୪% ବୃଦ୍ଧି ପାଇଛି।

Image Courtesy of NDTV

ଏଥିରୁ ଜଣାପଡୁଛି ଯେ, ବିମୁଦ୍ରାୟନର ଅନ୍ୟ ଉଦ୍ଦେଶ୍ୟ ‘ଡିଜିଟାଲ୍‌ ପେମେଣ୍ଟ୍‌ ପ୍ରସାରଣ’ ନଗଦ ଟଙ୍କା କାରବାର ଉପରେ ବିଶେଷ କିଛି ପ୍ରଭାବ ପକାଇନାହିଁ।

ସେହିପରି, ୨୦୨୦ ଅକ୍ଟୋବର ୩୦ରେ ନଗଦ ଅର୍ଥ କାରବାର ୨୬.୮୮ ଲକ୍ଷ କୋଟି ଥିବା ବ‌େଳେ ୨୦୨୧ ଅକ୍ଟୋବର ୨୯ ସୁଦ୍ଧା ତାହା ବୃଦ୍ଧି ପାଇ ୨,୨୮,୯୬୩ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ୍‌ ବର୍ଷକ ମଧ୍ୟରେ ଏହା ୪,୫୭,୦୫୯ କୋଟି ଟଙ୍କା ବୃଦ୍ଧି ପାଇଛି। ୨୦୧୯ ନଭେମ୍ବର ୧ ତାରିଖରେ ଏହା ଥିଲା ୨,୮୪,୪୫୧ କୋଟି ଟଙ୍କା।

ଏହା ବ୍ୟତିରେକେ, ୨୦୨୦-୨୧ରେ ପ୍ରସାରଣରେ ଥିବା ବ୍ୟାଙ୍କ୍‌‌ ନୋଟ୍‌ର ମୂଲ୍ୟ ଏବଂ ପରିମାଣ ମଧ୍ୟ ଯଥାକ୍ରମେ ୧୬.୮% ଏବଂ ୭.୨% ବୃଦ୍ଧି ପାଇଛି। ୨୦୧୯-୨୦ ତାହା ଯଥାକ୍ରମେ ୧୪.୭% ଏବଂ ୬.୬% ବୃଦ୍ଧି ପାଇଥିଲା।

ସମ୍ବନ୍ଧିତ ଖବର