କୁନି ଝିଅର ନାମ ‘ଏବିସିଡିଇ’ ବୋଲି ଜାଣି ହସିଦେଇ ଫସିଗଲେ ଏୟାର୍‌ଲାଇନ୍ସ କର୍ମଚାରୀ

ନୂଆଦିଲ୍ଳୀ: କୁନି ଝିଅର ନାମ ଶୁଣି ତାହାର ଥଟା କରିଥିବାରୁ ଟେକ୍ସସର ଜଣେ ମହିଳା, ଯିଏକି ଝଇଟିର ମାଆ ଏୟାର୍‌ଲାଇନ୍ସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଟ୍ରେସି ରେଡ୍‌ଫୋର୍ସ ନାମକ ଏହି ମହିଳା ଜଣକ ତାଙ୍କ ଝିଅର ନାମକୁ ନେଇ ଏୟାର୍‌ଲାଇନ୍ସ କର୍ମଚାରୀ ମଜାକ ଉଡ଼ାଇଥିବା ହେତୁ ସୋସିଆଲ୍‌ ମିଡିଆରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି। ସୋସିଆଲ୍‌ ମିଡିଆରେ ସେ ଏୟାର୍‌ଲାଇନ୍ସ କର୍ମଚାରୀଙ୍କ ସଂପର୍କରେ ଅଭିଯୋଗ ଆଣିବା ସହ ନିଜ ଝିଅର ବୋର୍ଡିଂ ପାସ୍‌ର ଫଟୋକୁ ମଧ୍ୟ ସେୟାର୍‌ କରିଛନ୍ତି।

ମହିଳାଙ୍କ ଝିଅର ନାମ ‘ଏବିସିଡିଇ’ ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ମହିଳା ଜଣକ ନିଜର ୫ ବର୍ଷୀୟା ଝିଅ ଏବିସିଡିଇଙ୍କୁ ସାଥିରେ ଧରି କାଲିଫର୍ଣ୍ଣିଆରୁ ଉଡ଼ାଣ ଭରିଥିଲେ। ରେଡ୍‌ଫୋର୍ସ କହିଛନ୍ତି କି ଜୋନ୍‌ ଓ୍ଵାୟେନେ ବିମାନବନ୍ଦରରେ ଗେଟ୍‌ ଏଜେଣ୍ଟ୍‌ ତାଙ୍କ ଝିଅର ନାମ ଦେଖି ହସିବାକୁ ଲାଗିଥିଲେ। ଖାଲି ସେତିକି ନୁହେଁ, କର୍ମଚାରୀ ଜଣକ ତାଙ୍କ ଝିଅ ଆଡ଼େ ଆଙ୍କୁଠିରେ ଠାର ଦେଇ ଅନ୍ୟ କର୍ମଚାରୀ ସହ କଥା ହେବାକୁ ଲାଗିଥିଲେ।

ତା’ପରେ ମହିଳା ଜଣକ ଉକ୍ତ କର୍ମଚାରୀଙ୍କୁ ଅଟକାଇଥିଲେ। କୁନି ଝିଅ ଏବିସିଡିଇ ସେଠାରେ ଉପସ୍ଥିତ ଥିବାରୁ ଆପଣ ସେପରି କୁହନ୍ତୁ ନାହିଁ ବୋଲି କର୍ମଚାରୀଙ୍କୁ କହିଥିଲେ। ମାତ୍ର ସେଠାରେ ଥିବା ଜଣେ କର୍ମଚାରୀ ମହିଳାଙ୍କ ବୋର୍ଡିଂ ପାସ୍‌ ନେଇ ସୋସିଆଲ୍‌ ମିଡିଆରେ ଏକ ବ୍ୟାଙ୍ଗାତ୍ମକ ପୋଷ୍ଟ ଦେଇଥିଲେ।

ପ୍ରଥମେ ମହିଳା ଜଣକ ଅଭିଯୋଗ ଆଣିଥିଲେ ବି ସାଉଥ୍‌େଓ୍ଵଷ୍ଟ୍‍ ଏୟାର୍‌ଲାଇନ୍‌ ଅଭିଯୋଗ ଉପରେ ଦୃଷ୍ଟି ଦେଇନଥିଲା। ପରେ ମହିଳାଙ୍କୁ କ୍ଷମା ମାଗିଥିବା କଥା ମହିଳା ଜଣକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଯଦିଓ ଏବିସିଡିଓ ବହୁ ପ୍ରଚଳିତ ନାମ ନୁହେଁ, ତଥାପି ଏହା ଏକ ଅଦ୍ଭୂତ ନାମ ବି ନୁହେଁ। ୨୦୧୪ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ୩୨୮ ଜଣ ଶିଶୁଙ୍କ ନାମ ଏବିସିଡିଇ ଦିଆଯାଇ ସାରିଛି। ସେଥିରୁ ୩୨ ଜଣ ୨୦୦୯ରେ ଜନ୍ମ ହୋଇଛନ୍ତି। ୧୦୦୦ ଲୋକପ୍ରିୟ ନାମ ଭିତରେ ଏହି ନାମ ସାମିଲ୍‌ ରହିଛି।

ସମ୍ବନ୍ଧିତ ଖବର