ବଢିଚାଲିଛି ସୁନାଦର, ୯ ମାସରେ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ : ଭାରତରେ ଗତ କିଛି ସପ୍ତାହ ଧରି ସୁନାଦର ବଢି ଚାଲିଛି । ଆଜି ସୁନା ଦର ଗତ ୯ ମାସରେ ସର୍ବୋଚ୍ଚ ସ୍ତର ୧୦ ଗ୍ରାମ ପିଛା ୪୯,୩୦୦ ଟଙ୍କା ଛୁଇଁଛି । ଅନ୍ତର୍ଜାତୀୟ ବଜାରର ପ୍ରଭାବ ଓ ଆଗକୁ ବିବାହ ଋତୁ ଥିବାରୁ ଦର ବଢୁଥିବା ବଜାର ବିଶେଷଜ୍ଞମାନେ କହୁଛନ୍ତି ।

ମଲଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଡିସେମ୍ବର ମାସ ପାଇଁ ସୁନା ଦର ୧୦ ଗ୍ରାମ ପିଛା ୦.୮୭ ପ୍ରତିଶତ ବୃଦ୍ଧି ପାଇ ୪୯,୨୭୭ ଟଙ୍କାରେ ପହଞ୍ଚିଛି । ରୁପା ଦରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହା କିଲୋଗ୍ରାମ ପିଛା ୧.୧ ପ୍ରତିଶତ ବୃଦ୍ଧି ପାଇ ୬୬,୬୦୫ ଟଙ୍କାରେ ପହଞ୍ଚିଛି ।

Image

ସେହିପରି ସ୍ପଟ୍ ବଜାରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୪୯,୩୫୧ ଟଙ୍କା ଓ ୨୨ କ୍ୟାରେଟ ସୁନା ୪୯,୧୫୩ ଟଙ୍କାକୁ ବୃଦ୍ଧି ପାଇଛି । ରୁପା ମଧ୍ୟ  କିଲୋଗ୍ରାମ ପିଛା ୬୬୫୯୨ ଟଙ୍କାକୁ ବୃଦ୍ଧି ପାଇଛି ବୋଲି ଭାରତୀୟ ବୁଲିୟନ ଏଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ପକ୍ଷରୁ କୁହାଯାଇଛି ।

ଭାରତରେ ସୁନା ଦର ବଢିବାର ଏକ ପ୍ରମୁଖ କାରଣ ହେଲା ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି । ଅନ୍ତର୍ଜାତୀୟ ବଜାରରେ ସୁନା ୦.୬ ପ୍ରତିଶତ ବୃଦ୍ଧି ପାଇ ୫ ମାସର ସର୍ବୋଚ୍ଚ ସ୍ତର ଆଉନ୍ସ ପିଛା ୧୮୬୦.୫୯ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଗୋଟିଏ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

 

ସମ୍ବନ୍ଧିତ ଖବର