ସୁନା ଓ ରୂପା କିଣିବାକୁ ଯାଉଥିବା ଗ୍ରାହକଙ୍କ ପାଇଁ ଖୁସି ଖବର, ହ୍ରାସ ପାଇଲା ଦର

ନୂଆଦିଲ୍ଲୀ: ସୁନା ଓ ରୂପା କିଣିବାକୁ ଯାଉଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ମଇ ୨୩ ଅର୍ଥାତ ଆଜି ଦେଶରେ ସୁନା ଓ ରୂପା ଦର ଦ୍ରାସ ପାଇଛି। ଏଭଳି ପରିସ୍ଥିତିରେ ଆପଣ ଆଜି ଶସ୍ତା ଦରରେ ସୁନା ଓ ରୂପା କିଣିପାରିବେ ।

ମଇ ୨୩ ତାରିଖରେ ହ୍ରାସ ପାଇଥିବା ସୁନା ଦର ଅନୁଯାୟୀ ଦେଶରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦,୪୫୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ  ୧୦ ଗ୍ରାମ ପ୍ରତି ୫୫,୩୭୦ ଟଙ୍କା ରହିଛି ।

ଦିଲ୍ଲୀରେ ୨୪ କ୍ୟାରେଟ୍ ଶୁଦ୍ଧତାର ସୁନା ଦର ୧୦ ଗ୍ରାମ ପିଛା ୬୧,୨୫୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୬,୧୫୦ ଟଙ୍କା ରହିଛି ।

ଏହି କ୍ରମରେ ମୁମ୍ବାଇର ଅଳଙ୍କାର ଦୋକାନରେ  ୨୪ ଗ୍ରାମ ସୁନା ୧୦ ଗ୍ରାମ ପିଛା ୬୧,୧୦୦ ଟଙ୍କାକୁ ଖସି ଆସିଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୫୬,୦୦୦ ଟଙ୍କାକୁ ଖସି ଆସିଛି।

ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୨,୨୮୫ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୪୭,୯୨୭ ଟଙ୍କା ରହିଛି।

କୋଲକାତାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୧,୧୦୦ ଟଙ୍କା ଓ ୨୨ ଗ୍ରାମ ସୁନା ୧୦ ଗ୍ରାମ ପିଛା ୫୬,୦୦୦ ଟଙ୍କା ରହିଛି।

ଏହି କ୍ରମରେ ରୂପା ଦର ବି ହ୍ରାସ ପାଇଛି। ଆଜି ରୂପା ମୂଲ୍ୟ ୯୦୦ ଟଙ୍କା ବା ୧.୨୪% ହ୍ରାସ ପାଇ କିଲୋଗ୍ରାମ ପିଛା ୭୧,୬୦୦ ଟଙ୍କା ରହିଛି । ଗତକାଲି ରୂପା ମୂଲ୍ୟ ୭୨,୫୦୦ ଟଙ୍କା ଥିଲା।

ସମ୍ବନ୍ଧିତ ଖବର