ଦେବାଳିଆ ହୋଇଯାଇଥିବା  ଆଇଏଲଏଫଏଣ୍ଡଏସକୁ ନିଜ ନିୟନ୍ତ୍ରଣକୁ ନେଲେ ସରକାର, ଗଠନ କଲେ ୬ ଜଣିଆ ବୋର୍ଡ

ନୂଆଦିଲ୍ଲୀ : ଋଣଗ୍ରସ୍ତ ହୋଇ ଦେବାଳିଆସ୍ଥିତିରେ  ପଡିଯାଇଥିବା ଭିତ୍ତିଭୂମି ଅର୍ଥଯୋଗାଣକାରୀ କମ୍ପାନି ଆଇଏଲଏଫଏଣ୍ଡଏସର ପରିଚାଳନାକୁ ନିଜ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ଉଦୟ କୋଟାକଙ୍କ ଅଧ୍ୟକ୍ଷତାରେ ଏକ ୬ ଜଣିଆ ବୋର୍ଡ ଅଫ ଡାଇରେକ୍ଟର୍ସ ଗଠନ କରାଯାଇଛି । ଏହି ବୋର୍ଡରେ ଟେକ ମହିନ୍ଦ୍ରା ମୁଖ୍ୟ ବିନିତ ନାୟାର, ପୂର୍ବତନ ସେବି ମୁଖ୍ୟ ଜିଏନ ବାଜପେୟୀ, ଆଇସିଆଇସିଆଇ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜି.ସି. ଚକ୍ରବର୍ତ୍ତି, ପୂର୍ବତନ ଆଇଏଏସ ଅଫିସର ମାଳିନି ଶଙ୍କର ଓ ନନ୍ଦ କିଶୋର ସଦସ୍ୟ ଅଛନ୍ତି । ଏହି ନବଗଠିତ ବୋର୍ଡର ବୈଠକ ଆସନ୍ତା ୮ ତାରିଖରେ ବସିବ ବୈଠକର ନିଷ୍କର୍ସକୁ  ଜାତୀୟ କମ୍ପାନି ଆଇନ ଟ୍ରିବୁନାଲ (ଏନସିଏଲଟି) କୁ ଅବଗତ କରାଯିବ ।  କମ୍ପାନିକୁ ସୁଧାରିବା ପାଇଁ ରୋଡମ୍ୟାପ ସଂପର୍କରେ ଆସନ୍ତା ୩୧ ତାରିଖ ସୁଦ୍ଧା ରୋଡମ୍ୟାପ ପ୍ରସ୍ତୁତ କରାଯିବ । ଗତ କାଲି ଆଇଏଲଏଣ୍ଡଏଫଏସ ଘୋଷଣା କରିଥିଲା ଯେ ସେ ନୂଆ ପାଣ୍ଠି ଉଠାଇବା ପାଇଁ ଏହାର ସେୟାରଧାରୀମାନେ ଅନୁମତି ଦେଇଛନ୍ତି ।

ସମ୍ବନ୍ଧିତ ଖବର