ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସାଧାରଣ ଭବିଷ୍ୟନିଧି ପାଣ୍ଠି (ଜିପିଏଫ) ଏବଂ ଅନ୍ୟ କେତେକ ସ୍କିମ୍ର ସୁଧହାର ବୃଦ୍ଧି କରିଛନ୍ତି। ଚଳିତବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସ ପାଇଁ ସରକାର ଏହି ସୁଧ ହାର ୮%କୁ ବୃଦ୍ଧି କରିଛନ୍ତି। ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଏହା ୭.୬% ରହିଥିଲା। କେନ୍ଦ୍ର ସରକାରଙ୍କ କର୍ମଚାରୀ, ରେଳ ଏବଂ ପ୍ରତିରକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ଏହି ନୂଆ ସୁଧ ହାର କାର୍ଯ୍ୟକାରୀ ହେବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp