ଫେବ୍ରୁଆରିରେ ୧ ଲକ୍ଷ ୫ ହଜାର କୋଟିର ଜିଏସଟି ରାଜସ୍ୱ ସଂଗ୍ରହ, ଓଡ଼ିଶାରୁ ୨୭୯୦ କୋଟି ଆଦାୟ

ନୂଆଦିଲ୍ଲୀ : ନିକଟରେ ସମାପ୍ତ ଫେବ୍ରୁଆରି ମାସରେ ଦେଶର ଜିଏସଟି ରାଜସ୍ୱ ୧ ଲକ୍ଷ ୫ ହଜାର ୩୬୬ କୋଟି ଟଙ୍କାରେ ପହଞ୍ଚିଛି । ଏହା ଫେବ୍ରୁଆରି ୨୦୧୯ ତୁଳନାରେ ୮ ପ୍ରତିଶତ ଅଧିକ । କିନ୍ତୁ ଜାନୁଆରି ୨୦୨୦ ତୁଳନାରେ ୫ ପ୍ରତିଶତ କମ ।
କେନ୍ଦ୍ର ଅର୍ଥମନ୍ତ୍ରାଳୟର ତଥ୍ୟ ଅନୁସାରେ ଡିସେମ୍ବର ମାସରେ ଓଡ଼ିଶାରୁ ୨୭୯୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି । ଏହା ଫେବ୍ରୁଆରି ୨୦୧୯ର ଜିଏସଟି ରାଜସ୍ୱ ୨୩୭୪ କୋଟି ତୁଳନାରେ ୧୮ ପ୍ରତିଶତ ଅଧିକ ।
ଦେଶର ଜିଏସଟି ରାଜସ୍ୱ ସଂଗ୍ରହ ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ୧ ଲକ୍ଷ କୋଟିରୁ କମ ରହିଆସିଥିଲା, କିନ୍ତୁ ଅକ୍ଟୋବର ପରେ ଏହା ନିୟମିତଭାବେ ୧ ଲକ୍ଷ କୋଟି ଉପରେ ରହିଛି ।
ଡିସେମ୍ବର ମାସରେ ସଂଗ୍ରହ ହୋଇଥିବା ୧୦୫,୩୬୬ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୦,୫୬୯ କୋଟି, ରାଜ୍ୟ ଜିଏସଟି ଟ.୨୭,୩୪୮ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୪୮,୫୦୩ କୋଟି ଟଙ୍କା ଓ ସେସ ୮୯୪୭ କୋଟି ଟଙ୍କା ଅନ୍ତର୍ଭୁକ୍ତ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ଆଦାୟ ଲକ୍ଷ୍ୟ ୧୩.୭୧ ଲକ୍ଷ କୋଟି ରଖାଯାଇଛି । ଗତ ଡିସେମ୍ବରମାସରେ ଜିଏସଟି ବ୍ୟବସ୍ଥାକୁ ସରଳ କରିବାକୁ ଜିଏସଟି ପରିଷଦ କେତେକ ପଦକ୍ଷେପ ନେଇଥିଲା ।

ସମ୍ବନ୍ଧିତ ଖବର