ହୋସୁରରେ ହେବ ସର୍ବବୃହତ୍ ଆଇଫୋନ୍ କାରଖାନା

ନୂଆଦିଲ୍ଲୀ: ବେଙ୍ଗାଲୁରୁ ନିକଟ ହୋସୁରଠାରେ ଏକ ବିଶାଳ ଆଇଫୋନ ନିର୍ମାଣ ୟୁନିଟ ସ୍ଥାପନ ହେବ। ଭାରତରେ ଏହା ହେବ ଆପଲ୍‌ର ସବୁଠୁ ବଡ଼ ଆଇଫୋନ କାରଖାନା। ଏଠାରେ ପ୍ରାୟ ୬୦ ହଜାର କର୍ମଚାରୀ ନିଯୁକ୍ତି ପାଇବେ। ସେମାନଙ୍କ ମଧ୍ୟରୁ ପ୍ରଥମ ୬ ହଜାର କର୍ମଚାରୀ ତଫସିଲଭୁକ୍ତ ଜନଜାତି ସଂପ୍ରଦାୟର ମହିଳା। ରାଞ୍ଚି ଏବଂ ହଜାରିବାଗ ଅଞ୍ଚଳର ଏହି ମହିଳାମାନଙ୍କୁ ଆଇଫୋନ ନିର୍ମାଣ ପାଇଁ ତାଲିମ ପ୍ରଦାନ କରାଯାଇଛି। ଜନଜାତୀୟ ଗୌରବ ଦିବସ ଉତ୍ସବରେ ଯୋଗଦେଇ କେନ୍ଦ୍ର ଟେଲିକମ୍ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ଏହା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆପଲ୍‌ର ଏହି ଆଇଫୋନ ନିର୍ମାଣ କାର୍ଯ୍ୟ ଟାଟା ଇଲେକ୍ଟ୍ରୋନିକ୍ସ ହୋସୁରଠାରେ କରିବ। କମ୍ପାନି ଫକ୍ସକନ, ୱିସଟ୍ରନ ଏବଂ ପେଣ୍ଟାଗନ ଜରିଆରେ ଭାରତରେ ଆଇଫୋନ ନିର୍ମାଣ କରୁଛି।

ସମ୍ବନ୍ଧିତ ଖବର