ହୋଟେଲ୍‌ ମାରିଅନ୍‌ରେ ବ୍ରାଣ୍ଡେଡ୍‌ ଗାର୍ମେଣ୍ଟ୍‌ ସେଲ୍‌

ଭୁବନେଶ୍ୱର: ହୋଟେଲ୍‌ ନ୍ୟୁ ମାରିଅନ୍‌ରେ ଆନ୍ତର୍ଜାତିକ ବ୍ରାଣ୍ଡେଡ୍‌ ଗାର୍ମେଣ୍ଟ୍‌ ସେଲ୍‌ ଚାଲିଛି। ଆଉ ତିନି ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍‌ରେ ଏଥର ବିବାହ କଲେକ୍ସନକୁ ସାମିଲ କରାଯାଇଛି। ଗ୍ରାହକମାନେ ଏଠାରେ ଅବିଶ୍ୱସନୀୟ କମ୍‌ ମୂଲ୍ୟରେ ବ୍ରାଣ୍ଡେଡ୍‌ ପୋଷାକ କିଣିବାର ସୁଯୋଗ ପାଇବେ। ଏହା ସହିତ ଗ୍ରୀଷ୍ମ ଋତୁର ପୋଷାକ ମଧ୍ୟ ସେଲ୍‌ରେ ସାମିଲ କରାଯାଇଛି। ବିଭିନ୍ନ ସାମଗ୍ରୀ ଉପରେ କଂପାନି ୯୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି। ଏଠାରେ ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ସଦ୍ୟତମ ଷ୍ଟାଇଲ୍‌ ଓ ଫେସନ୍‌ର ପୋଷାକ ବିକ୍ରି ହେଉଛି। ପୁରୁଷଙ୍କ ପାଇଁ ଟ୍ରାଉଜର୍‌, ଜିନ୍‌ସ, ମହିଳାଙ୍କ ଟି-ସାର୍ଟ, ଜିନ୍‌ସ ଓ କୁର୍ତି ଓ ଯୁବପିଢ଼ିଙ୍କ ପାଇଁ ଟପସ୍‌ ଆଦି ବିକ୍ରି କରାଯାଉଛି। ଏଠାରେ ଗ୍ରାହକମାନେ ୨୫୦୦୦ ଖଣ୍ଡ ପୋଷାକ ମଧ୍ୟରୁ ନିଜ ପସନ୍ଦର ପୋଷାକ ଚୟନ କରିପାରିବେ। ଗ୍ରାହକମାନେ ୩୦୦ ଟଙ୍କାରେ ସାର୍ଟ, ୪୦୦ ଟଙ୍କାରେ ଟ୍ରାଉଜର୍‌, ୮୦୦ ଟଙ୍କାରେ ବ୍ରାଣ୍ଡେଡ୍‌ ଜିନ୍‌ସ ଓ ୨୦୦-୬୦୦ ଟଙ୍କା ମଧ୍ୟରେ ଲେଡିଜ୍‌ ଓୟାର କିଣିପାରିବେ।

ସମ୍ବନ୍ଧିତ ଖବର