ହ୍ୟୁଣ୍ଡାଇ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ ବସ

ସିଓଲ: କାର ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ଏହାର ପ୍ରଥମ ଇଲେକ୍ଟ୍ରିକ ମିନି ବସ୍ ଲଞ୍ଚ କରିଛି। କମ୍ପାନୀ ଏହି ବସର ନାମ ‘କଣ୍ଟ୍ରି ଇଲେକ୍ଟ୍ରିକ୍’ ରଖିଛି। ଡିଜେଲ ବସ୍ ଅପେକ୍ଷା ହ୍ୟୁଣ୍ଡାଇର ଏହି ମିନିବସ୍ ଅଧିକ ଅର୍ଥନୈତିକ ଏବଂ ଇକୋ-ଫ୍ରେଣ୍ଡଲି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ମିନି ବସରେ ୧୨୮ କିଲୋ ୱାଟର ଲିଥିୟମ୍ ଆୟନ ବ୍ୟାଟେରୀ ଅଛି, ଯାହା ଏହାକୁ ଶକ୍ତି ଯୋଗାଇଥାଏ |

କମ୍ପାନୀ ଦାବି କରିଛି ଯେ ଥରେ ପୂର୍ଣ୍ଣ ଚାର୍ଜ ହୋଇଗଲେ ଏହି ବ୍ୟାଟେରୀ ୨୫୦ କିଲୋମିଟରର ବେଗ ପ୍ରଦାନ କରିଥାଏ | ସୂଚନା ଅନୁଯାୟୀ, ଏହି ମିନି ବସ୍ ବ୍ୟାଟେରୀକୁ ଷ୍ଟାଣ୍ଡାର୍ଡ କମ୍ବୋ ଟେକନିକ ମାଧ୍ୟମରେ ମାତ୍ର ୭୨ ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ କରାଯାଇପାରିବ।


ତେବେ ଘରେ ଯଦି ଚାର୍ଜ କରିବେ ତେବେ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ପ୍ରାୟ ୧୭ ଘଣ୍ଟା ସମୟ ଲାଗିବ | ବିକଳ୍ପ ଭାବରେ ଏହି ବସ୍ ସହିତ ହୁଣ୍ଡାଇ ୨୨୦ ଭୋଲ୍ଟ ହୋମ ଚାର୍ଜର ପ୍ରଦାନ କରୁଛି। ସୂଚନାଯୋଗ୍ୟ ଯେ କମ୍ପାନୀ ବର୍ତ୍ତମାନ ଏହି ବସକୁ କେବଳ ଦକ୍ଷିଣ କୋରିଆ ରେ ହିଁ ଲଞ୍ଚ କରିଛି।

ସମ୍ବନ୍ଧିତ ଖବର