ଲଞ୍ଚ ହେଲା ‘ରେଳ ଦୃଷ୍ଟି ଡାଶବୋର୍ଡ’ ପୋର୍ଟାଲ: ରେଳ ସମ୍ବନ୍ଧିତ ସୂଚନା ସହିତ ରୋଷେଇ ଘରର ଲାଇଭ ଓ ଟ୍ରେନର ସମୟ ବିବରଣୀ ଯାତ୍ରୀ ପାଇପାରିବେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ସୋମବାର ‘ରେଳ ଦୃଷ୍ଟି ଡାଶବୋର୍ଡ’ ପୋର୍ଟାଲ ଲଞ୍ଚ କରିଛନ୍ତି । ରେଳ ବିଭାଗ ପକ୍ଷରୁ ଅନେକ କାମ କରାଯାଇଥାଏ। ଏହି ସବୁ କାମ ବିଷୟରେ ଦେଶବାସୀ ଜାଣିବା ଦରକାର । ତେଣୁ ଏହାକୁ ଦୃଷ୍ଟିରେ ରଖି ‘ରେଳ ଦୃଷ୍ଟି ଡାଶବୋର୍ଡ’ ପୋର୍ଟାଲ ଲଞ୍ଚ କରାଯାଇଛି। ଏହି ପୋର୍ଟାଲ ଜରିଆରେ ଲୋକମାନେ ରେଳ ସମ୍ବନ୍ଧିତ ସୂଚନା ପାଇ ପାରିବେ । ଏଥିସହ ରେଳ ରୋଷେଇ ଘରର ଲାଇଭ ମଧ୍ୟ ଦେଖି ପାରିବେ। କେବଳ ଏତିିକି ନୁହେଁ ଟ୍ରେନର ସମୟ ବିବରଣୀ ମଧ୍ୟ ଯାତ୍ରୀ ପାଇ ପାରିବେ ବୋଲି ପୀୟୁଷ ଗୋଏଲ ସୂଚନା ଦେଇଛନ୍ତି।

ଏଥିସହ ପିୟୁଷ ଗୋଏଲ କହିଛନ୍ତି ଯେ, ଡିଜିଟାଇଜେସନ୍‌ ଓ ଅନ୍ୟ ମାଧ୍ୟମରୁ ଯେଉଁ ସୂଚନା ଏକାଠି ହୋଇଥାଏ, ତାହାର ଲାଭ ସେତେବେଳେ ଯାଇ ହେବ, ଯେତେବେଳେ ସେଇ ଡାଟା ଉପରେ ଅନାଲିସିସ୍‌ ହେବ। ଏହାକୁ ଦୃଷ୍ଟିରେ ରଖି ଆମେ ଆଗମୀ ବ୍ୟବସ୍ଥା ଉପରେ ଚିନ୍ତା କରି ପାରିବୁ। ‘ଡାଶ ବୋର୍ଡ’ ପୋର୍ଟାଲ ରିଲିଜ୍‌ ହେବା ପରେ ଅନେକ ପ୍ରତିକ୍ରିୟା ଆସିବ। ଏହା ଏମିତି ଏକ ସରକାର ଯାହାକି ପ୍ରତିକ୍ରିୟାକୁ ସ୍ୱାଗତ କରିଥାଏ। ଦେଶର ପ୍ରତ୍ୟେକ ଲୋକଙ୍କ ପାଖରେ ଯେତେବେଳେ ଏହି ସୂଚନା ପହଞ୍ଚିବ ସେମାନଙ୍କ ମନବଳ ଓ ଆତ୍ମବିଶ୍ୱାସ ବଢ଼ିବ କି, ସେମାନଙ୍କ ଦେଶ ପ୍ରଗତି କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି।  ତେବେ ‘ରେଳ ଦୃଷ୍ଟି ଡାଶ ବୋର୍ଡ’ http://www.RailDrishti.Cris.org.inରେ ଉପଲବ୍ଧ ଅଛି। ଅର୍ଥାତ୍‌ ଏହି ସାଇଟ୍‌ରୁ ରେଳ ବିଷୟରେ ସମୂର୍ଣ୍ଣ ସୂଚନା ପାଇ ପାରିବେ। ଡାଶ ବୋର୍ଡ କମ୍ପୁଟର, ଲାପ୍‌ଟପ୍‌, ଟାବ୍‌ଲେଟ ଓ ମୋବାଇଲ ଫୋନ୍‌ ଆଦିରେ ଖୋଲିବାର ସୁବିଧା ରହିଛି।

ସମ୍ବନ୍ଧିତ ଖବର